ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ନୋଡାଲ୍ ଅଧିକାରୀଙ୍କର ଏକ ନିର୍ବାଚନୀ ଖର୍ଚ୍ଚ ସମ୍ୱନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଗାମୀ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ରଖିବା ପାଇଁ ନିର୍ବାଚନୀ ଖର୍ଚ୍ଚ ଉପରେ କେଉଁଭଳି ଭାବରେ ନଜର ରଖାଯିବ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲା । ପ୍ରଶିକ୍ଷଣର ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଗଣତନ୍ତ୍ରରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଅପରିହାର୍ଯ୍ୟତା ବିଷୟରେ ଆଲୋଚନା କରି ସମସ୍ତ ଜିଲ୍ଲା ସ୍ତରୀୟ ନୋଡାଲ୍ ଅଧିକାରୀ ମାନଙ୍କୁ ନିଜର ଗୁରୁଦାୟିତ୍ଵକୁ ସମ୍ପୂର୍ଣ ଭାବରେ ନିର୍ଭୁଲ ଓ ନିର୍ଭିକତାର ସହ ସମ୍ପାଦନ କରିବା ପାଇଁ ପ୍ରେରିତ କରିଥିଲେ ।
ଅର୍ଥବଳର ଅପବ୍ୟବହାରକୁ ରୋକାଯିବାର ଗୁରୁଦାୟିତ୍ବକୁ ଜିଲ୍ଲା ନିର୍ବାଚନକୁ ମୁକ୍ତ ଓ ଅବାଧ ରଖୁବା ପାଇଁ ଅର୍ଥ ବଳର ଅପବ୍ୟବହାର ରୋକାଯିବାର ଗୁରୁ ଦାୟିତ୍ତ୍ୱ ଅର୍ଥ ନୋଡାଲ୍ ଅଧିକାରୀ ମାନଙ୍କ ଉପରେ ରହିଛି । ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ମାନଙ୍କ ପାଇଁ ଯଥାକ୍ରମେ ନିର୍ଦ୍ଧାରିତ ହୋଇଥିବା ନିର୍ବାଚନୀ ଖର୍ଚ ୪୦ ଲକ୍ଷ ଓ ୯୫ ଲକ୍ଷ ଟଙ୍କାର ଧାର୍ଯ୍ୟ ସୀମା ମଧ୍ଯରେ ଯେଉଁଭଳି ଭାବରେ ସମସ୍ତ ପ୍ରାର୍ଥୀ ଖର୍ଚ୍ଚ କରିବେ ସେ ଉପରେ ସଜାଗ ଦୃଷ୍ଟି ରଖାଯିବ । ଖର୍ଚ୍ଚ ଲୁଚାଇବା, ଖର୍ଚ୍ଚର ଭୁଲ ତଥ୍ୟ ଦେବା, ପେଡ ନିଉଜ୍ ଆଦିଉପରେ ନଜର ରଖିବା ସହ ସେସବୁର ନିୟମ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣକରିବା ସମସ୍ତ ବ୍ୟବସ୍ଥା କରାଯିବା ନରାଯିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ । ସି – ଭିଜିଲ ଅଭିଯୋଗର ସମାଧାନ କେଉଁଭଳି ଭାବେ କରାଯିବ ସେଥି ପ୍ରତି ପାଇଁ ଜିଲ୍ଲାସ୍ତରରେ ଆପ୍ଲିକେଶନ ମାଧ୍ୟମରେ ଜନସାଧାରଣ କରିଥିବା ଅଭିଯୋଗର କେଉଁ ଭଳି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ ତିରୁମାଲା ନାୟକ ନିର୍ବାଚନୀ ଖର୍ଚ୍ଚ ଓ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ଭୂମିକା ଉପରେ ସବିଶେଷ ଆଲୋଚନା କରିଥିଲେ | ଜିଲ୍ଲା ବିଭିନ୍ନ ସର୍ଭିଲେନ୍ସ ଟିମର ଦାୟିତ୍ୱ, ଦୈନିକ ରିପୋର୍ଟ୍, ଇଲେକଶନ ସିଜର୍ ମ୍ୟାନେଜମେନ୍ଟ ସିଷ୍ଟମ୍ ଆଦି ଉପରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସବିଶେଷ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଜିଲ୍ଲାରୁ ଆସିଥିବା ନୋଡାଲ୍ ଅଧିକାରୀ ମାନେ ଅଂଶଗ୍ରହଣ କରି ତାଲିମ ପ୍ରାପ୍ତ ହୋଇଥିଲେ |
Sign in
Sign in
Recover your password.
A password will be e-mailed to you.