ଗୁଡୁଙ୍ଗାମାଲ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଗୁଡୁଙ୍ଗାମାଲ୍ ଠାରେ ବାର୍ଷିକ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ଧାରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଘୁନା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଟଙ୍କଧର ସା , ସମ୍ମାନୀତ ଅତିଥି ଭାବରେ ଗୁଡ଼ଭେଳା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ପୁରୋହିତ, ପୂର୍ବତନ ପ୍ରଧାନ ଶିକ୍ଷକ କାର୍ତ୍ତିକ ବିଭାର, ଅର୍ଜୁନପୂର୍ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁମନ୍ତ ପରୁଆ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଧୁବାରୀ ନନ୍ଦ, ମୋ ସ୍କୁଲ୍ ଆଲୁମିନି ସଭାପତି ତଥା ସ୍ଥାନୀୟ ନାଏବ ସରପଞ୍ଚ ହେମନ୍ତ ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅତିଥିଗଣ ନିଜ ବକ୍ତବ୍ୟ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥଲେ। ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ଗଣ ମାନପତ୍ର ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ l
ଶିକ୍ଷକ ପୁରନ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅନଙ୍ଗ ନାଗ ଅତିଥି ପରିଚୟ ଓ ରଞ୍ଜନ କୁମାର ବାଦୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଶିକ୍ଷକ ଉମାକାନ୍ତ ମେହେର ଙ୍କ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave A Reply

Your email address will not be published.