ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟରେ “ମୋ ସ୍କୁଲ ଉତ୍ସବ” ଅତ୍ୟନ୍ତ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ପୁରାତନ ଛାତ୍ର କମିଟି ସଭାପତି ଶ୍ରୀ ବେଶି ଶେଷଗିରି ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀ , ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ସେବାଦାନ , ଅର୍ଥଦାନ ତଥା ଶ୍ରମଦାନ ଯୋଗୁଁ ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବା ସହିତ ସମସ୍ତ ବଦାନ୍ୟ ଆଲୁମିନ୍ ସଦସ୍ୟ / ସଦସ୍ୟାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବାସହ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଉକ୍ତ ସଭାରେ ମୋ ସ୍କୁଲ ପ୍ରକଳ୍ପ , ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ , ମହିଳା ସଂୟ ସହାୟିକା ଅବଦାନ , ଆକାଂକ୍ଷୀ ପାଠକର୍ମ , ହାଉସ୍ ସିଷ୍ଟମ୍ ଏବଂ ବିଦ୍ୟାଳୟର ଗୌରବ ଗାଥା ସ୍ମରଣ ପୂର୍ବକ ସମସ୍ତ ଅଂଶୀଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ପଠନ ଓ ବଣ୍ଟନ କରାଯାଇଥିଲା। ସଭାପତି ସମେତ ଆଲୁମିନ୍ ସଦସ୍ୟା ଜଣ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ସଭାରେ ବିଦ୍ୟାଳୟର ଆକାଂକ୍ଷୀ ପାଠ୍ୟକ୍ରମ , ହାଉସ ସିଷ୍ଟମ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପର୍ବରେ ଏହି ବିଦ୍ୟାଳୟର କୃତିତ୍ୱ ଇତ୍ୟାତିକୁ ସ୍ମାର୍ଟ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ ଓ ସଭାସଙ୍ଗ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post