ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଏବଂ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ମିଳିତ ସହଯୋଗରେ ପ୍ରାବନ୍ଧିକ ପ୍ରବାଦ ପୁରୁଷ ଓଡ଼ିଆ ସ୍ଵାଭିମାନୀ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୯ତମ ଜୟନ୍ତୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ମନୋଜ କୁମାର ପଟ୍ଟନାୟକ , ସମ୍ମାନନୀୟ ବକ୍ତା ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନନୀୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ମଞ୍ଚାସୀନ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ବହୁମୁଖି ସାହିତ୍ୟ ସର୍ଜନା , ଲୋକହିତକର କାର୍ଯ୍ୟ , ଲୁପ୍ତ ସୁପ୍ତ ସାରସ୍ଵତ ବିଭବର ରାଜଗୁରୁ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବିଷୟ ସମ୍ପର୍କରେ ଆଲୋଚକ ଗଣ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରିଥିଲେ।
ଅଶାଲତା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ କଣ୍ଠଶିଳ୍ପୀ ବି.କୋମଲାଙ୍ଗୀ ଗାନ କରିଥିବା ବେଳେ ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶଶିଭୂଷଣ ପଟ୍ଟନାୟକ , ଶରତ ଚନ୍ଦ୍ର ସାହୁ , ମୁରଲୀଧର ପରିଚ୍ଛା , ବିଷ୍ଣୁ ଚରଣ ପଣ୍ଡା , ସିତାନଥ ପ୍ରଧାନ , ତ୍ରିପତି ପଣ୍ଡା , ନରସି°ହ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post