ପଲସଦା ଠାରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର ନୂତନ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା

0 4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ଆୟୁର୍ବେଦ ଚିକିତ୍ସା ପଦ୍ଧତି ହେଉଛି ବିଶ୍ୱର ସର୍ଵ ପୁରାତନ ଚିକିତ୍ସା ପଦ୍ଧତି । ଏହି ପଦ୍ଧତିରେ ଅନେକ ପ୍ରକାର ରୋଗ ସହଜରେ ଭଲହୋଇ ପାରୁଛି । ଆୟୁର୍ବେଦ ଚିକିତ୍ସା ପଦ୍ଧତି ସହଜ ରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଲକ ଅନ୍ତର୍ଗତ ପଲସଦା ଠାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ଦ୍ଵାରା ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଏକ ନୂତନ ଗୃହ ପାଇଁ ଭୂମି ପୂଜନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଲକ୍ଷ୍ମୀଶ୍ରୀୟା ବେହେରା , ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଙ୍କଜ କୁମାର ସାହୁ , ପଲସଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା , ପଲସଦା ଆୟୁର୍ବେଦ ଚିକିତ୍ସାଧିକାରୀ ଡ଼ା ଆଲୋକ କୁମାର ମେହେର ଓ ଗ୍ରାମର ଅନେକ ମାଁ ଭଉଣୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.