ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ମାଆ ବରାଳ ଦେବୀ କ୍ରିକେଟ୍ ତରଫରୁ ମାଆ ବରାଳ ଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରାକ୍ତନ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଯୋଗଦେଇ ଉଦ୍ଘାଟନ କରିବା ସହ କ୍ରୀଡାବିତ୍ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ I ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଏମ୍.ବି.ଏସ୍ କୋଲା ପରିଚାଳନା ନିର୍ଦ୍ଦେଶକ ବସନ୍ତ ବିଷୋୟୀ ଏବଂ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବାସନ୍ତୀ କୁମାରୀ ଡାକୁଆ,ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ, ଖଇରପୁଟି ସମିତିସଭ୍ୟା ଶାନ୍ତି ବେହେରା, ସମାଜସେବୀ ଶିବରାମ ପାଢୀ ଏବଂ ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ମାଆ ମାଆ ବରାଳ ଦେବୀ କ୍ରିକେଟ୍ ଟିମ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post