(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଭାରତୀୟ ଜନତା ପାର୍ଟି ଆହ୍ୱାନ କ୍ରମେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ମେହେନ୍ଦିପୁର ମହାଦେବ ମନ୍ଦିର ପରିସରରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ଅତିଥି ଭାବେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା, ଜିଲ୍ଲା ଉପସଭାପତି ଶ୍ରୀ ନିର୍ମଳ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଆଲୋକ ଚନ୍ଦ୍ର ମହାନ୍ତି, ନେମାଳ ମଣ୍ଡଳ ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି, ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ମାମିନା ମହାନ୍ତି, ଉତ୍ତରକୂଳ ପଞ୍ଚାୟତ ସରପଞ୍ଚ ଶୁଭାଶିନୀ ବେହେରା, ପଞ୍ଚମୁଖୀ ମଣ୍ଡଳ ସଭାନେତ୍ରୀ ସୋନିଆ ଶର୍ମା ପ୍ରମୁଖ ଯୋଗଦାନ କରି ବିଜେପି ତଥା ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ କିପରି ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ସଠିକ ଭାବେ ପହଞ୍ଚିପାରିବ ଏବଂ ମୋଦୀ ସରକାର ଙ୍କ ବିଭିନ୍ନ ଵିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମାଞ୍ଚଳର ଲୋକମାନଙ୍କୁ କିଭଳି ସଚେତନ କରାଯିବ ସେ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ସ୍ଥାନୀୟ ସରପଞ୍ଚ ଶୁଭାଶିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.