ଢ଼େଙ୍କାନାଳ / ରବିନ୍ ଦାସ ; କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗତକାଲି ଦିନିକିଆ ଗସ୍ତ ରେ ଭୁବନ ଆସିଥିଲେ । ୨ କୋଟି ୫୯ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ୬ ଟି ଜଳାଶୟ କୁ ଆଦର୍ଶ ଜଳାଶୟ ରେ ପରିଣତ କରିବା ପାଇଁ ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ହୋଇଥିବା ଜଳାଶୟ ଗୁଡ଼ିକ ହେଲା ଚିନରା ପୋଖରୀ (୬୮.୩୧ ଲକ୍ଷ), ପୃଷ୍ଟି ପୋଖରୀ (୫୫.୨୭ ଲକ୍ଷ), ନୂଆ ପୋଖରୀ ଦୁର୍ଗା ପୋଖରୀ ( ୨୪.୩୩ ଲକ୍ଷ), ଗୋଡ଼ି ପୋଖରୀ ( ୩୭.୧୮ ଲକ୍ଷ) ଟଙ୍କାରେ ସମ୍ପୂର୍ଣ ନବୀକରଣ କରାଯିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତବ୍ୟକ୍ତ କରିଥିଲେ ।
ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସମେତ ଉପାଧ୍ୟକ୍ଷ ମାନିନୀ ସାହୁ, ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା, କାଉନସିଲର ନରେନ୍ଦ୍ର କୁମାର ବେହେରା, ସୁଶାନ୍ତ କୁମାର ନାୟକ, ପପୁ କୁମାର ସାହୁ, କବିତା ସେନାପତି, କଳ୍ପନା ବେହେରା, ମନ ମୋହନ ସାହୁ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରକାଶ ସାହୁ, ମୁକ୍ତା ସଂଯୋଜକ ଅଶୋକ କୁମାର ରାଉଳ, ପୂର୍ବତନ ନଗର ପାଳ ଶ୍ରୀମତୀ କବିତା ବାରିକ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।