ବରଗଡ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ

0 3

ବରଗଡ:ଓଡିଶା ସରକାର ଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ଏହି ଲକ୍ଷ୍ମୀ ଯୋଜନାର ଶୁଭ ଉଦ୍ଘାଟନ ହୋଇଥିବାବେଳେ ବରଗଡ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ତରଫରୁ 21 ଗୋଟି ବସ ଯୋଗାଇଦିଆଯାଇଛି | ପ୍ରତ୍ୟେକ ପଞ୍ଚାଯତରୁ ବ୍ଲକକୁ ଓ ବ୍ଲକରୁ ସହରାଞ୍ଚଳକୁ ଯାତାୟାତର ସୁବିଧା ଯୋଗେଇବ ଏହି ଲକ୍ଷ୍ମୀ ବସ ଯୋଜନା | ବରଗଡ ଜିଲ୍ଲାକୁ ସମୁଦାୟ 80 ଗୋଟି ବସ ଯୋଗେଇଦେବାର ଯୋଜନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 21 ଗୋଟି ନୂତନ ବସ ଯୋଗେଇଦିଆଯାଇଛି ଯାହା 20 ଗୋଟି ପଞ୍ଚାୟତକୁ ସଂଯୋଗ କରିବ | ଆଜିର ଏହି ଉଦ୍ଘାଟନୀ ସମାରୋହରେ ମନ୍ତ୍ରୀ ରୀତା ସାହୁ , ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ , ଅତାବିରା ବିଧୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦେଇଥିଲେ |
ଏହି ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ କୁ ଯାତାୟାତ ପାଇଁ ଛାତ୍ରଛାତ୍ରୀ , ଭିନ୍ନକ୍ଷମ ଏବଂ ମହିଳାଙ୍କ ପାଇଁ ମାତ୍ର 5 ଟଙ୍କା ବସ ଭଡା ଧାର୍ଯ୍ୟ କରାଯାଇଛି ଓ ଜନସାଧାରଣଙ୍କ ପାଇଁ ଦୂରତା ହିସାବରେ ବସ ଭଡା ରହିଛି | ଜନସାଧାରଣଙ୍କ ପାଇଁ 10 କିଲୋମିଟର ଦୂରତା ପର୍ଯ୍ୟନ୍ତ 5 ଟଙ୍କା ଭଡା , 11 ରୁ 20 କିଲୋମିଟର ଦୂରତା ପର୍ଯ୍ୟନ୍ତ 10 ଟଙ୍କା ବସ ଭଡା , 21 ରୁ 40 କିଲୋମିଟର ଦୂରତା ପର୍ଯ୍ୟନ୍ତ 15 ଟଙ୍କା ବସ ଭଡା , 41 ରୁ 60 କିଲୋମିଟର ଦୂରତା ପର୍ଯ୍ୟନ୍ତ 25 ଟଙ୍କା ବସ ଭଡା ଏବଂ 61 ରୁ 80 କିଲୋମିଟର ଦୂରତା ପର୍ଯ୍ୟନ୍ତ 30 ଟଙ୍କା ବସ ଭଡା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର |ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଯୋଗାଇଦିଆଯାଇଥିବା ବସ ସେବା ଦ୍ଵାରା ବରଗଡ ଜିଲ୍ଲାର ପ୍ରତ୍ୟେକ ଶ୍ରମିକ , କୃଶକ , ବିକଳାଙ୍ଗ ଏବଂ ମହିଳା ମାନେ ବିଶେଷ ଭାବେ ଉପକୃତ ହେବେ | ଅନେକ SHG ମହିଳା ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ ହୁଅନ୍ତୁ ଗ୍ରାମାଞ୍ଚଳରୁ ପ୍ରତିଦିନ ସହରାଞ୍ଚଳକୁ ଯାତାୟତ ଲାଗିରହିଥିବାବେଳେ ଟେମ୍ପୋ ରେ ଯିବା ଆସିବାରେ ଖର୍ଚ୍ଚାନ୍ତ ହେଉଥିବାବେଳେ ବସ ଧରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମାତ୍ର ବର୍ତମାନ ସେହି ସବୁ ସମସ୍ୟାକୁ ଦୂର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତିଶୀଳତା , ଗମନାଗମନ ହି ବିକାଶ ର ମୁଖ୍ୟ ସୋପାନ ବୋଲି ମୁଖ୍ୟମନ୍ତ୍ରୀ ଜାଣିପାରିଛନ୍ତି ଏବଂ ତାଙ୍କ ନିର୍ଦେଶରେ ଲକ୍ଷ୍ମୀ ଯୋଜନାରେ ଜନସାଧାରଣଙ୍କୁ ବସ ସେବା ଯୋଗେଇଦିଆଯାଇଛି | ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯୋଗାଯୋଗ ଏବଂ ଗମନାଗମନ କୁ ଅତି ସହଜ ଓ ସରଲ କରିଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ , କୃଶକ ମାନଙ୍କୁ ଏବଂ ବାଣିଜ୍ୟ ବ୍ୟବସାୟକୁ ଶସକ୍ତ କରିବାକୁ ଯେଉଁ ନିଆରା ଯୋଜନା କରିଛନ୍ତି ନିଶ୍ଚିତ ରୂପେ ସ୍ଵାଗତ ଯୋଗ୍ୟ ପଦକ୍ଷେପ | ତେବେ ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲ୍ଲାର ଭେଡେନ ବ୍ଲକ , ଭଟଲି ବ୍ଲକ , ଅତାବିରା ବ୍ଲକ ଓ ବରଗଡ ବ୍ଲକକୁ ଗୋଟିଏ ବସ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ବ୍ଲକକୁ ଦୁଇଟି ଲେଖାଏ ବସ ପ୍ରଦାନ କରାଯାଇଛି | ଏପରି ସମୁଦାଯ 21 ଗୋଟି ଲକ୍ଷ୍ମୀ ବସ ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲ୍ଲାକୁ ଦିଆଯାଇଛି |

Leave A Reply

Your email address will not be published.