୩ୟ ଜାତୀୟ ପାରଳା ନୃତ୍ୟ ମହୋତ୍ସବ ଆୟୋଜିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୩ୟ ଜାତୀୟ ନୃତ୍ୟ ମହୋତ୍ସବ “ନୃତ୍ୟ ପଲ୍ଲବୀ – ୨୦୨୪” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପାରଳାର ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଆଦର୍ଶ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ସଭାରେ ମୁଖ୍ୟ ଅତିଥି ଭାବେ ତ୍ରିଧାରା ଅନୁଷ୍ଠାନର ଓଡିଶୀ ନୃତ୍ୟ ନିର୍ଦ୍ଦେଶକ ଡ଼. ଗଜେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପାରଳା ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଶିକ୍ଷାବିତ୍ ଡ଼. ଜିତେନ୍ଦ୍ର ପଟ୍ଟନାୟକ , ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ଗୁରୁ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ମଞ୍ଚାସୀନ ଥିଲେ।
ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ଡି. ପ୍ରିୟଙ୍କା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ମଞ୍ଚାସିନ ଅତିଥି ମାନେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନୁଷ୍ଠାନ ର ସଫଳତା ପାଇଁ ବିଶେଷ କରି ବିଦେଶ ଯାଇ ସେଠାରେ ଗଜପତି ଜିଲ୍ଲା ର ସୁନାମ ଅର୍ଜନ କରିଥିବା ରୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ବିଶିଷ୍ଟ ନାଟ୍ୟ ସଂଗଠକ ପ୍ରାକ୍ତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଓ ପଶ୍ଚିମବଙ୍ଗରୁ ଆସିଥିବା ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପ୍ରୀତି ପଲ୍ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ର ତ୍ରିଧାରା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର କଳାକାର ମାନେ ଭାରତନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଆୟୋଜକ ଅନୁଷ୍ଠାନର ଶିଶୁ ଓ ଯୁବ ନୃତ୍ୟଶିଳ୍ପୀ ମାନେ ଓଡ଼ିଶୀ , ମାହାରୀ , ସମ୍ବଲପୁରୀ , ପଲ୍ଲୀ ନୃତ୍ୟ , ଧେମସା ନୃତ୍ୟ , ବେଙ୍ଗଲୀ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଅନୁଷ୍ଠାନର ସଂଯୋଜିକା ଅରୁପାଞ୍ଜଳି ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଡି.ମୋହନ ରାଓ , ବାଳକୃଷ୍ଣ ପାଣିଗ୍ରାହୀ , ରାଜା ପାତ୍ର , ବ୍ରଜରାଜ ବେହେରା , ରଶ୍ମି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.