ପୁସ୍ତକ ମେଳାର ଉଦଯାପନୀ ସଂଧ୍ୟା

0

ଜଗତସିଂହପୁର,ତା-୨୦.୦୧.୨୦୨୪/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଉଦଯାପନୀ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁରର ମାନ୍ୟବର ଜିଲ୍ଲାପାଳ ତଥା ସାଂସ୍କୃତିକ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପାରୁଲ୍ ପଟ୍ଟାୱରୀ ଅଧ୍ୟକ୍ଷତା କରିଥିଲେ ।ପ୍ରାରମ୍ଭରେ କ୍ରିଷ୍ଣା କଲଚରାଲ୍ ଗ୍ରୁପ୍ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ଗାନ କରାଯାଇଥିଲା । ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଦାଶ ଵେଦପାଠ କରିଥିବା ବେଳେ ପରିଷଦର ଯୁଗ୍ମ ସମ୍ପାଦକ ଡଃ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବିଶିଷ୍ଟ ଯୋଗଗୁରୁ ତଥା ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ପରିଷଦର ସମ୍ପାଦକ ଆଇନଜିବୀ ଶାରଦା ପ୍ରସାଦ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ପରେ ପରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ମୁଖପତ୍ର “ସ୍ମୃତି ପତ୍ର” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସ୍ମୃତି ପତ୍ରର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସ୍ମୃତି ପତ୍ର ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଆଜିର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୁସ୍ତକ ଆଧ୍ୟାତ୍ମିକ, ମାନସିକ ଓ ବୌଦ୍ଧିକ ଚେତନାର ବୃଦ୍ଧି ଘଟାଏ । ପୁସ୍ତକ ମେଳାରେ ଯେଉଁ ସାହିତ୍ୟ, ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରାଯାଏ ତାହା ଉଭୟ ପାଠକ ଓ ଲେଖକଙ୍କ ଜ୍ଞାନ ବଢ଼ାଇବାରେ ସହାୟକ ହୋଇଥାଏ । ବର୍ତ୍ତମାନର ଡିଜିଟାଲ୍ ସମୟରେ ମଧ୍ୟ ଵେଦ, ଉପନିଷଦ ପରି ଗ୍ରନ୍ଥର ପ୍ରାସଙ୍ଗିକତା ଏବେ ବି ରହିଛି । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ସରକାରୀ ମୁଖ୍ୟ ସଚେତକ, ଓଡ଼ିଶା ତଥା ଜଗତସିଂହପୁରର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପୁସ୍ତକ ମେଳାକୁ ସମସ୍ତେ ପ୍ରୋତ୍ସାହନ ଦେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରୋତ୍ସାହନ ବିନା ପୁସ୍ତକ ବଞ୍ଚିବା କଷ୍ଟକର । ଅନ୍ୟତମ ସମ୍ମାନନୀୟ ଅତିଥି ଜିଲ୍ଲା ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ତାଙ୍କ ବକ୍ତବ୍ୟରେ ପୁସ୍ତକ ମଣିଷକୁ ସଚେତନ କରାଏ ଓ ଠିକ୍ ବାଟରେ ନେଇପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ କହିଥିଲେ ଇ- ଲାଇବ୍ରେରୀ ଯୁଗରେ ମଧ୍ୟ ପୁସ୍ତକର ଚାହିଦା କମିନାହିଁ । ଏହି ଅବସରରେ ଗାଳ୍ପିକା ସଂଯୁକ୍ତା ଲେଙ୍କାଙ୍କ ଦୁଇଟି ଗଳ୍ପ ସଂକଳନ “ଗପ ପସରା” ଓ “ଆମ ଗପ ଆମ ହାତରେ ” ଏବଂ ପ୍ରତ୍ୟୁଷ କୁମାରଙ୍କ “ମୋ ପ୍ରିୟ ରାଷ୍ଟ୍ରପତି ଦୌପଦୀ ମୂର୍ମୁ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଆଜିର ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ “ଜଗତସିଂହପୁର ସାହିତ୍ୟ ପରିଷଦ ” ଆନୁକୂଲ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ “ବନମାଳୀ ସାହୁ ଫାଉଣ୍ଡେସନ ” ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବନମାଳୀ ସାହୁଙ୍କ ପୁତ୍ର ରମାକାନ୍ତ ସାହୁ, ରାଧାକାନ୍ତ ସାହୁ, ସ୍ନେହ ମଞ୍ଜରୀ ସାହୁ, ଅଧ୍ୟାପକ ପ୍ରଦୀପ ଶତପଥି ଓ ପ୍ରଧାନ ଶିକ୍ଷକ ମିହିର କୁମାର ପାଲ୍ ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯୋଧନ ମହାରଣା,ବିପିନ ସେଠୀ,ଅବିନାଶ ସ୍ବାଇଁ ଓ ପ୍ରିୟବ୍ରତ ଦାସ ସହଯୋଗ କରିଥିଲେ । ସଂଧ୍ୟାରେ କିଙ୍ଗ୍ ଆଣ୍ଡ୍ କୁଇନ୍ ମେଲୋଡି କଳାକାରମାନଙ୍କ ଦ୍ବାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ କୁମାର ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ,ସଂପାଦକ ଆଇନଜୀବି ଶାରଦା ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି, ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର, ଅଧ୍ୟାପକ ଭଗବାନ ଦାଶ,କାର୍ଯ୍ୟକାରିଣୀ ସଭ୍ୟ ସତ୍ୟବ୍ରତ ବିଶ୍ବାଳ, ମାନସ୍ କୁମାର କାନୁନଗୋ, ମାନସ କୁମାର ରଥ, ମନୋଜ କୁମାର ଦାଶ, ଦୁର୍ଯୋଧନ ମହାରଣା, ସରୋଜ କୁମାର ସାହୁ, ଅବନୀକାନ୍ତ ମହାରଣା, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଡଃ କୈଳାସ ଚନ୍ଦ୍ର ମଲ୍ଲିକ,ପ୍ରଭାତ କୁମାର ଦାଶ କାର୍ଯ୍ୟକାରିଣୀ ସଭ୍ୟା ଡଃ ଜ୍ୟୋତିର୍ମୟୀ ମହାନ୍ତି, ସୁଷମା ପ୍ରଧାନ,ପ୍ରଜ୍ଞାପାରମିତା ଚୌଧୁରୀ, ସଭ୍ୟ ମନୋଜ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.