ପଦ୍ମପୁର ର ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ l

0 2

ବର୍ତମାନ ର ଗନ୍ଧମାର୍ଦନ ପାହାଡ଼ ଦେଶରେ ୪୧୭ଗୋଟି ଗ୍ରାମ କୁ ନେଇ ‌ ଗଢି ଉଠିଥିଲା ବୋଡା ସମ୍ବର ଅଞ୍ଚଳ lଆୟତନ ଦୃଷ୍ଟି ରୁ ଏହା ସମ୍ବଲପୁର ଅଠର ଗଡ଼ ରାଜ୍ୟ ମଧ୍ୟ ରେ ସର୍ବ ବୃହତ ଅଞ୍ଚଳ ଥିଲା। ସ୍ବାଧିନତା ପରେ ନବ ଗଠିତ ପଦ୍ମପୁର ଉପଖଣ୍ଡ ବୋଡା ସମ୍ବର ରାଜ୍ୟ ର ଅନ୍ତର୍ଭକ୍ତ ଥିଲା lକଳା ସଂସ୍କୃତି ଓ ଐତିହ୍ୟ ରେ ଭରପୁର ଏହି ବୋଡା ସମ୍ବର ଅଞ୍ଚଳ,ଏହା ସହିତ କ୍ରୀଡା କ୍ଷେତ୍ର ରେ ମଧ୍ୟ ନିଜର ସୁନାମ ଅର୍ଜନ କରିଥିଲା।ସ୍ବାଧିନତା ପରେ ତତ୍କାଳୀନ ବୋଡା ସମ୍ବର ଜମିଦାର ଙ୍କ ବଂଶଧର ରଞ୍ଜିତ ସିଂ ବରିହା ଓ ବୀର ବିକ୍ରମା ଦିତ୍ୟ ସିଂ ବରିହା ଫୁଟବଲ, କବାଡି, ଖୋ ଖୋ ଖେଳ ର ପ୍ରଚାର ଓ ପ୍ରସାର ପାଇଁ ପ୍ରୋତ୍ସାହିତ କରିଥିଲେ lସେହି ସମୟରେ ବୋଡା ସମ୍ବର ଅଞ୍ଚଳ ର ଏହି ସବୁ ଖେଳ ର ଖେଳାଳି ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ଖେଳ ଖେଳି ବୋଡା ସମ୍ବର ଅଞ୍ଚଳ ର ନାମକୁ ଲୋକ ଲୋଚନ କୁ ଆଣିଥିଲେ l ପରବର୍ତ୍ତୀ ସମୟରେ କ୍ରିକେଟ ଖେଳ କୁ ମଧ୍ୟ ଯୋଡ଼ିବାର ପ୍ରୟାସ କରିଥିଲେ ଏହି ଅଂଚଳ ର ଯୁବ କ୍ରିକେଟ ଖେଳାଳୀ। ୧୯୯୫ମସିହାରେ ପଦ୍ମପୁର ର କେତେ ଜଣ ଉଦୟମାନ କ୍ରିକେଟ ଖେଳାଳି ଙ୍କ ପ୍ରୟାସ ରେ ପଦ୍ମପୁର ସହର ରେ ଗଢି ଉଠିଥିଲା ବୋଡା ସମ୍ବର କ୍ରିକେଟ୍ କ୍ଳବ୍ l ପରବର୍ତ୍ତୀ ସମୟ ରେ ଏହି ଅଞ୍ଚଳ ର ଗର୍ବ ଓ ଗୌରବ କୁ ଉଜ୍ଜୀବିତ ରଖିବା ପାଇଁ ଏହି କ୍ଲବ ର ନାମକୁ ପରିବର୍ତ୍ତନ କରାଯାଇ ବୋଡା ସମ୍ବର ସ୍ପୋର୍ଟିଂ କରାଗଲା l କ୍ରିକେଟ ଖେଳ ମାଧ୍ୟମ ରେ ବୋଡାସମ୍ବର ଅଞ୍ଚଳ ର ମହତ୍ତ୍ଵ ଓ ବିଶେଷତ୍ଵ କୁ ଚତୁର୍ଦ୍ଦିଗ ରେ ବିକଶିତ କରିବା ପାଇଁ ଆରମ୍ଭ ହେଇଥିଲା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ l ୧୯୯୫ମସିହା ଫେବୃଆରୀ ମାସ ରେ ପଶ୍ଚିମ ଓଡିଶା ର ବିଭିନ୍ନ କ୍ରିକେଟ କ୍ଲବ୍ କୁ ନେଇ ଆରମ୍ଭ ହୋଇଥିଲା ପ୍ରଥମ ବୋଡା ସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ l ପରବର୍ତ୍ତୀ ସମୟ ରେ ୧୯୯୭ ମସିହାରେ ପୂର୍ବ ଓଡିଶା ର ପ୍ରମୁଖ କ୍ରିକେଟ କ୍ଲବ୍ ଗୁଡ଼ିକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ପରବର୍ତ୍ତୀ ସମୟ ୨୦୦୨ରେ ଅନ୍ୟ ରାଜ୍ୟ ର ପ୍ରମୁଖ କ୍ରିକେଟ କ୍ଲବ ଗୁଡ଼ିକ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଟି ସର୍ବ ଭାରତୀୟ ବୋଡା ସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପରିଣତ ହୋଇଥିଲା। ଓଡିଶା ଓ ଅନ୍ୟ ରାଜ୍ୟ ଗୁଡ଼ିକ ର ଯେଉଁ ପ୍ରମୁଖ କ୍ରିକେଟ କ୍ଳବ୍ ଗୁଡ଼ିକ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ସେ ଗୁଡ଼ିକ ମଧ୍ୟରେ ୟୁନିୟନ ସ୍ପୋର୍ଟିଂ , ବିଶ୍ଵଭାରତୀ କ୍ରିକେଟ କ୍ଲବ୍, ରାମେଶ୍ବର ସ୍ପୋର୍ଟିଂ ,ସେରସା ଖୋର୍ଦ୍ଧା, ସେରସା ନାଗପୁର, ସେରସା ରାୟପୁର, ମେକନ ରାଞ୍ଚି, ସେରସା ବିଳାସପୁର, ସେରସା ଖଡକପୁର, କେନ୍ଦ୍ରୀୟ ରେଲୱେ ଧାନବାଦ, ଆର,ଡି,ସି,ଏ, ରାଞ୍ଚି ଅନ୍ୟତମ।ସେହିପରି ଖେଳାଳି ମାନଙ୍କ ମଧ୍ୟରେ ଓଡ଼ିଶା ରଣଜୀ ଖେଳାଳୀ ବି ବି ସି ସି ମହାପାତ୍ର ଓ ନଟରାଜ ବେହେରା ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ l ବର୍ତମାନ ର ଅନ୍ତର୍ଜାତୀୟ ଖେଳାଳୀ ଇସାନ କିସନ୍ ମଧ୍ୟ ଏହି ଟୁର୍ଣ୍ଣାମେ୍ଟରେ ଅଂଶ ଗ୍ରହଣ କରିଥିଲେ l

ଦେବାଶିଷ ପଟ୍ଟନାୟକ, ପଦ୍ମପୁର
୮୦୧୮୨୯୬୪୪୭

Leave A Reply

Your email address will not be published.