ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ

0 2

ଭୁବନେଶ୍ୱର-ତା ୨୧/୧/୨୪ ରିଖ:-ଜାନୁୟାରୀ ୨୩,୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ୬ ଜଣିଆ କମିଟି ଗଠନ କରିଛନ୍ତି।ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର ଅନୁମୋଦନ କରିଛନ୍ତି।ଅନୁମୋଦନ ପାଇଥିବା ତାଲିକାରେ ପିସିସି ବରିଷ୍ଠ ଉପ ସଭାପତି ଶ୍ରୀ ସିବାନନ୍ଦ ରାୟ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେଉରିଆ,ପିସିସି ମୁଖପାତ୍ର ଶ୍ରୀ ମନୋରଂଜନ ଦାସ,ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ,ଶ୍ରୀ ସନତ ଦାଶ ଓ ଶ୍ରୀ ଶ୍ରୀନିବାସ ରାଉତରାୟ ସଂଯୋଜକ ଭାବେ ଉକ୍ତ କମିଟିରେ ସ୍ଥାନ ପାଇଛନ୍ତି |

Leave A Reply

Your email address will not be published.