ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳିତ ହୋଇଯାଇଛି I ବ୍ଳକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡା,ସମ୍ମାନିତ ଅତିଥି ରୂପେ ସମାଜସେବୀ ମହନ୍ତ ରାମକୃଷ୍ଣ ଦାସ,ଆଲୁମିନି ସଦସ୍ୟା କମଳ କୁମାରୀ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ କଳାକୃତି ଏବଂ ସୃଜନଶୀଳତାକୁ ଉଚ୍ଚ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ କ୍ଷତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ,ସମ୍ମାନିତ ଅତିଥି ରୂପେ ସିଆରସିସି ଛାୟାକାନ୍ତ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରଞ୍ଜିତ୍ କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ଶିକ୍ଷକ ସୁରେନ୍ଦ୍ର ରଇତ ଏବଂ ଅଶୋକ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶିକ୍ଷକ ଜୟରାମ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବଡପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଓଡିଆ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟ ପିତବାସ ସାହୁ ,ମୁଖ୍ୟ ବକ୍ତା ରୂପେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା ଯୋଗଦେଇଥିବା ବେଳେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ନେପୋଲିୟନ ପରିଡା I ପ୍ରଧାନ ଶିକ୍ଷକ ଦୁଃଶାସନ ରାଉତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ା ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଓଡିଆ ଭାଷା,ସାହିତ୍ୟ ଆଧାରିତ ନାନା ସୃଜନଶୀଳ କାର୍ଯ୍ୟର ପ୍ରଦର୍ଶନ କରାଯିବା ସହ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ା କାର୍ଯ୍ୟକ୍ରମରେ ଶିକ୍ଷକ କେଦାରନାଥ ନାୟକ, ଜ୍ଞାନ ରଞ୍ଜନ ବେହେରା,ଦୁର୍ଗା ପ୍ରସାଦ ମିଶ୍ର ,ଅମିତ ପ୍ରଧାନ,ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ରଥ,କବିତାଞ୍ଜଳୀ ଦାଶ,ଶିବାନୀ ସାହୁ,ମମିତା ପୂଜାରୀ,ଶୁଭସ୍ମିତା ମଲ୍ଲିକ,ଗୀତା ମଲ୍ଲିକ,ରଞ୍ଜିତା ମହାପାତ୍ର,ବଇନା ମଲ୍ଲିକ,ସଂଘମିତ୍ରା ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥଲେ ା ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.