ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଏବଂ ତତ୍ ସଂକ୍ରାନ୍ତୀୟ ବିଭିନ୍ନ ଦାବୀ ସମ୍ପର୍କରେ ଓଡ଼ିଶା ସରକାର କର୍ଣ୍ଣପାତ ନ କରିବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘ ଆହ୍ଵାନରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କ ସାମୁହିକ ଛୁଟି ଦ୍ଵିତୀୟ ପହଁଚିଛି I ଜିଲ୍ଲାର ସମସ୍ତ 22 ଟି ବ୍ଲକରେ କାର୍ଯ୍ୟରତ ଡାକ୍ତରମାନେ ଜିଲ୍ଲା ମୁଖ୍ୟାଳୟରେ ଧାରଣାରେ ବସିଛନ୍ତି II ଏଥିରେ ବେଲଗୁଣ୍ଠା ବ୍ଳକ୍ ମଧ୍ୟ ସମସ୍ତ ପ୍ରାଣୀ ଚିକିତ୍ସକ ସାମିଲ୍ ହୋଇ ଛୁଟି ଥିବାରୁ ବ୍ଳକ୍ ର ଗୋପାଳକ,କୁକୁଡ଼ା ଚାଷୀ,ମତ୍ସ୍ୟ ଚାଷୀ,ଛେଳି ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I ବେଲଗୁଣ୍ଠା ବ୍ଳକ୍ ର ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କାର୍ତ୍ତିକ ସାହୁ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ରାକେଶ କୁମାର ପତି, ଗାଙ୍ଗପୁର ଭିଏସ୍ ଡ଼ାକ୍ତର ଅବିନାଶ ସାହୁ ପ୍ରମୁଖ ଛୁଟିରେ ରହିଥିବାରୁ ବ୍ଳକ୍ ରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି I ଆଜି ଅଞ୍ଚଳର କିଛି ଚାଷୀ ନିଜ ନିଜର ଗୃହପାଳିତ ପଶୁଙ୍କୁ ଚିକିତ୍ସା ପାଇଁ ପାଇଁ ଡ଼ାକ୍ତରଙ୍କୁ ନପାଇ ଗାଙ୍ଗପୁର, ଗୋବରା, ବେଲଗୁଣ୍ଠା ଆଦି ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ନିରାଶରେ ଫେରିଯାଇଥିବା ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏଥୁପ୍ରତି କର୍ଣପାତ କରୁ ନାହାଁନ୍ତି I
ସରକାରଙ୍କ ତରଫରୁ ଡାକ୍ତର ମାନଙ୍କ ଅନୁପସ୍ଥିତିରେ ଅଧସ୍ତନ କର୍ମଚାରୀଙ୍କ ଦ୍ଵାରା ଚିକିତ୍ସା ସେବା ଯୋଗାଇଦେବାକୁ ହୋଇଥିବା ଆଦେଶକୁ ସର୍ବଭାରତୀୟ ପ୍ରଣୀ ଚିକିତ୍ସକ ସଂଗଠନ ପ୍ରତିବାଦ ଜଣାଇଛି I ପ୍ରଣୀ ଚିକିତ୍ସକ ମାନଙ୍କ ଦାବୀ ଉପରେ ବିଚାର ନ କରି ଏପରି ବିଭ୍ରାନ୍ତିକର ଆଦେଶ ପ୍ରଦାନ ବିରୁଦ୍ଧରେ ରାଜ୍ଯ ସ୍ତରୀୟ ସଂଘ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ I ରାଜ୍ୟର ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସା କାର୍ଯ୍ୟରୁ ଦୁରେଇ ରହିବା ଯୋଗୁଁ ପ୍ରାଣୀ ପାଳକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି I ରାଜ୍ଯ ସରକାର ଜାରି କରିଥିବା “ମୋ ସରକାର “,କିଷାନ କଲ ସେଣ୍ଟର, ଏବଂ ପ୍ରାଣୀ ସହାୟତା ନମ୍ବର ଆଦି କୌଣସିଠାରୁ ଚାଷୀ ମାନଙ୍କୁ ସହାୟତା ମିଳୁନାହିଁ I ପ୍ରାଣୀ ଚିକିତ୍ସକ ଓ ସରକାରଙ୍କ ମଧ୍ୟରେ ବିଭ୍ରାଟ ହେତୁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି I ବର୍ତ୍ତମାନ ବସନ୍ତ ଋତୁ ପାଖେଇ ଆସୁଥିବାରୁ ଗାଈ,ଗୋରୁ, ମେଣ୍ଢା, କୁକୁଡ଼ା ଆଦିକୁ ବିଭିନ୍ନ ସଂକ୍ରାମକ ରୋଗ ହେବାର ସମ୍ଭାବନା ରହିଛି I ତେଣୁ ପଶୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ସମସ୍ୟାର ସମାଧାନର ସୂତ୍ର ତୁରନ୍ତ ଖୋଜି ନୀରବ ପ୍ରାଣୀ ମାନଙ୍କ ଦୁର୍ଦ୍ଦଶା ଅନ୍ତ କରିବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post