ଚାଉଳ ପ୍ରସଙ୍ଗକୁ ନେଇ ନାଟକ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

0
  •  ୧୦ବର୍ଷ ଧରି ନିରବ ରହିବାକୁ ନେଇ ପ୍ରଶ୍ନ

  •  ନିଜ ପ୍ରଚାର ପାଇଁ ସହଯୋଗୀ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି

ଭୁବନେଶ୍ୱର, ୧୯/୦୧/୨୦୨୪: “କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ଏକ ନୂଆ ନାଟକ ଦେଖିବାକୁ ମିଳୁଛି । ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିବା ପରେ ତାଙ୍କର ଏହି ନାଟକ ଧରାପଡିଥିବା କହିଛନ୍ତି ବିଜେଡି ମହିଳା ଶାଖାର ସଭାପତି ତଥା ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ଶ୍ରୀମତୀ ଛୁରିଆ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ସହକର୍ମୀମାନେ ସାଧାରଣତଃ ପରସ୍ପରକୁ ସାକ୍ଷାତ କିମ୍ବା ଫୋନ୍ ମାଧ୍ୟମରେ ଅନୁରୋଧ କରନ୍ତି । ହେଲେ ଚାଉଳ ପ୍ରସଙ୍ଗରେ ୧୦ବର୍ଷ ଧରି ନିରବ ଥିବା ଶ୍ରୀ ପ୍ରଧାନ ଏବେ ଯେଭଳି ଭାବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ସହକର୍ମୀ କ୍ୟାବିନେଟ୍‍ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଏବଂ ତାହାକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଣ୍ଟୁଛନ୍ତି ଏହା ତାଙ୍କର ନୂଆ ନାଟକ ଛଡା ଆଉ କିଛି ନୁହେଁ । ତେବେ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ ଶ୍ରୀମତୀ ଛୁରିଆ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.