ଜମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

0

ଉତ୍ତମ କ୍ରୀଡା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଶାରୀରିକ ଵିକାଶ ସମ୍ଭବ-ସରପଞ୍ଚ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜମରା ଗ୍ରାମ ପଞ୍ଚାୟତ ଖଣ୍ଡାୟତ ପଟକିରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବାଗତିକା ଲେଙ୍କାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଶାରୀରିକ, ମାନସିକ ଵିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଶୁତୋଷ ତ୍ରିପାଠୀ, ସିଆରସିସି ପ୍ରଭାତ କୁମାର ବେହେରା, ପ୍ରାକ୍ତନ ଶିକ୍ଷକ ଭଗବାନ ସାହୁ, ପ୍ରାକ୍ତନ ପ୍ରଧାନଶିକ୍ଷକ ଭୈରବଚନ୍ଦ୍ର ମହାନ୍ତି, ପ୍ରାକ୍ତନ ସିଆରସିସି ବିରଞ୍ଚି ନାରାୟଣ ପାଣି, ପରିଚାଳନା କମିଟି ସଭାପତି ନରହରି ସାହୁ ପ୍ରମୁଖ ଯୋଗ ଦେଇଥିଲେ l ପୂର୍ବତନ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ବରେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ନାୟକ, ସୋନାଲି ବେହେରା, କୁନାଲ ଚନ୍ଦ୍ର ପରିଡ଼ା, ଲିୟାକୁଦ୍ଦିନ୍ ଖାଁ, ଅଜୟ କୁମାର ଦାସ, ବିଜୟ ବାରିକ, ଭାଗ୍ୟଶ୍ରୀ ରାଉତ, ଅମରନାଥ ସେଠୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡ଼ା ପରିଚାଳନା କରିଥିଲେ l ଏହି ଅବସରରେ ଚଳିତ ବର୍ଷ ବିଭିନ୍ନ କ୍ରୀଡାରେ ଚମ୍ପିୟନ ତଥା କୃତୀତ୍ବ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ଏବଂ ସମସ୍ତ ଅତିଥିବୃନ୍ଦ ପ୍ରମାଣପତ୍ର, ମେଡାଲ, ସିଲ ପ୍ରଦାନ ପୂର୍ବକ ପୁରସ୍କାର ବିତରଣ କରିଥିଲେ l

Leave A Reply

Your email address will not be published.