ସୁନ୍ଦରଗଡରୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ

0

ସୁନ୍ଦରଗଡ:-(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଠାରେ ଉଦଘାଟିତ ହୋଇଯାଇଅଛି ଜଗନ୍ନାଥ ଏକ୍ସପ୍ରେସ ବସ। ଆଭାସୀ ମାଧ୍ୟମରେ ରାଜ୍ୟର ୧୨ଟି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ ହୋଇଯାଇଛି। ଏହି ବସ ସବୁ ଜିଲ୍ଲାର ସଦର ମହକୁମାରୁ ନୀଳାଚଳ ଧାମ ପୁରୀଯାଏ ଯାତ୍ରା କରିବେ । ଏହା ଫଳରେ ରାଜ୍ୟର ଲକ୍ଷାଧିକ ଜଗନ୍ନାଥପ୍ରେମୀ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହଜରେ ଏବଂ ସୁବିଧାରେ କରିପାରିବେ ।

ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏଥିରେ ମାନ୍ୟବର ବିଧାୟକ ବଣାଇ,ଶ୍ରୀ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ,ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଓ ଉପାଧକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ, ଆଞ୍ଚଳିକ ପରିବହନ ଅଧିକାରୀ ସୁନ୍ଦରଗଡ଼ ଶ୍ରୀ ସୁକାନ୍ତ ଦାସ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ରାଉଲକେଲା ଶ୍ରୀ ବିଭବ ସାମନ୍ତସିଂହାର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ପରେ ପରେ ଅତିଥିମାନେ ସବୁଜ ପତାକା ଦେଖାଇ ଶ୍ରୀଜଗନ୍ନାଥ ଏକ୍ସପ୍ରେସକୁ ଶୁଭାରମ୍ଭ କରିଥିଲେ । ୧୫ ମିଟର ଲମ୍ବ ଯୁକ୍ତ ଏହି ବାତାନୂକୂଳିତ ବସ୍ ରେ ୫୧ ସିଟ ରହିଛି। ଏହି ବସ୍ ସବୁଦିନ ସଂଧ୍ୟାବେଳେ ସୁନ୍ଦରଗଡରୁ ବାହାରି ପରଦିନ ସକାଳେ ପୁରୀ ରେ ପହଁଚିବ । ସୁନ୍ଦରଗଡ଼ ସମେତ ଆଜି ଶୁଭାରମ୍ଭ ହୋଇଥିବା ମୋଟ ୧୨ ଗୋଟି ଜିଲ୍ଲା ଗୁଡ଼ିକ ହେଲା , ବଲାଙ୍ଗୀର, ବରଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଏବଂ ସମ୍ବଲପୁର ଜିଲ୍ଲା।

Leave A Reply

Your email address will not be published.