ପଦ୍ମପୁର : କ୍ଷୁଦ୍ର ଜଳ ସେଚନ ବିଭାଜନ ପଦ୍ମପୁର ଆନୁକୁଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲନ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଆମର ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ପାଇଁ ଆମ ଅଂଚଳରେ ଜଳସେଚନ ପାଇଁ ଅନେକ ପ୍ରଜାର ଯୋଜନା ମାଧ୍ୟମରେ , ବିଭିନ୍ନ ବିଭାଗ ଦ୍ଵାରା ନିର୍ଦିଷ୍ଟ ଅଞ୍ଚଳ ରେ କୃଷି ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରିବା ନିଶ୍ଚିତ ଭାବରେ ପ୍ରଶଂସନୀୟ । ଚାଷ ଓ ଚାଷୀ ମାନଙ୍କ ବିକାଶ ପାଇଁ ବିଭାଗୀୟ ଅଧିକାରୀ ମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ଦରକାର ବୋଲି କହିଥିଲି ।ଏହି କାର୍ଯ୍ୟକ୍ରମ ରେ ସୁପରିଟେଣ୍ଡେଣ୍ଟ ଇଂଜିନିୟର ସନ୍ଦୀପ ମହାନ୍ତି, ଆସିଷ୍ଟାଣ୍ଟ ଇଞ୍ଜିନୟର ସୁନୀଲ ମହାପାତ୍ର, ମନୋଜ କୁମାର ଗିରି, ମହେଶ ସାହୁ, କଳ୍ପନା ପ୍ରଧାନ ଆଦି ଏବଂ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଅମ୍ବାଭୋନା ଭଟଲି ଆଦି ଅଞ୍ଚଳ ର ଚାଷୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.