ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗାଇସିଲେଟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖରେ ବ୍ଲକ୍ ତୈଳିକ ବୈଶ୍ୟ ସାହୁ ସମାଜର ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହାଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଦିନେଶ୍ଵର ସାହୁ ଏବଂ ତାଙ୍କ ସହଧର୍ମିଣୀ ପୂଜା କାର୍ଯ୍ୟ ତୁଲାଇଥିଲେ । ବିଧାୟିକା ଶ୍ରୀମତୀ ବରିହା, ସାହୁ ସମାଜର ଭୂମିକା ଉପରେ ଆଲୋକପାତ କରି ଯଥା ସମ୍ଭବ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ରାଜ୍ୟ ବିଜେଡି ସଂପାଦକ ରାଜୁ ଘିବେଲା ସମାଜର ଉନ୍ନତି ସଂପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି ଭିକାରୀ ଚରଣ ସାହୁ, ପୂର୍ବତନ ସଭାପତି ମନୋରଂଜନ ସାହୁ, ଜିଲ୍ଲା ଯୁଗ୍ମ ସଂପାଦକ ପ୍ରାଧ୍ୟାପକ ଡ଼. ବିରଞ୍ଚି ସାହୁ, ନଗର ସଭାପତି ବିଶିକେଶନ ସାହୁ, ବ୍ଳକ୍ ସଂପାଦକ ଶାନ୍ତନୁ ସାହୁ, ଉପ ସଭାପତି ପଞ୍ଚାନନ ସାହୁ ସମାଜର ଉନ୍ନତି ସଂପର୍କରେ ବିସ୍ତିର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ସହ ସଂପାଦକ ବଳରାମ ସାହୁ ପରିଚାଳନା କରିଥିଲେ । ପାଇକମାଲ ବ୍ଲକ୍ ପ୍ରତିନିଧ ଏବଂ ଜିଲ୍ଲା କମିଟୀର ଆଇନ ବିଶେଷଜ୍ଞ ରାଜ କିଶୋର ସାହୁ ନିଜର ମତ ପ୍ରଦାନ କରିଥିଲେ । ପଦ୍ମପୁର ବ୍ଲକ୍ ସାହୁ ସମାଜର ଶତାଧିକ ପୁରୁଷ ମହିଳା ଏବଂ ସଙ୍କୀର୍ତ୍ତନ ଦ୍ଵାରା ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଶେଷରେ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post