ଇତିହାସ ରଚିଲା ପୁରୀ, ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

0

ପୁରୀ(ଅନିମେଶ ପଟ୍ଟନାୟକ): ବହୁ ବାଦ ବିବାଦର ଚର୍ଚାରେ ଥିବା ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ ହୋଇଯାଇଛି । ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଓ ୫ T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ହଜାର ହଜାର ଶ୍ରଦ୍ଧାଙ୍କୁଙ୍କ ଭିଡ ଭିତରେ ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା ।

Imageଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି । ୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି ।
Imageଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା । ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ । ନାମ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ବଡ଼ ଦାଣ୍ଡ । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରଧ୍ବନିରେ ମୁଖରିତ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ନାମ ସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡିଥିଲା ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ବନି । ପରିକ୍ରମା ମାର୍ଗରେ ହୋଇଥିଲା ନାମ ସଂକୀର୍ତ୍ତନ । ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

Image

Imageଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ । ନାମ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ବଡ଼ ଦାଣ୍ଡ । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରଧ୍ବନିରେ ମୁଖରିତ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ନାମ ସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡିଥିଲା ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ବନି । ପରିକ୍ରମା ମାର୍ଗରେ ହୋଇଥିଲା ନାମ ସଂକୀର୍ତ୍ତନ । ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।
Imageଅପରପକ୍ଷରେ ଏ ମହାର୍ଘ୍ୟ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯାହା ସ୍ଥାନ ପାଇଛି, ତାକୁ କାନଭାସରେ ଆଙ୍କିଛନ୍ତି ଚିତ୍ରଶିଳ୍ପୀ। ପୁରୀ ଶ୍ରୀମନ୍ଦିର ପରମ୍ପରା, ଐତିହ୍ୟ, ସଂସ୍କୃତିକୁ ରଙ୍ଗ ତୁଳୀରେ ବଖାଣିଛନ୍ତି। ପ୍ରତିଟି ଚିତ୍ରରେ ଦିଶୁଛି ଜଗନ୍ନାଥ ସଂସ୍କୃତିର ଝଲକ। କେଉଁଠି ଯଜ୍ଞ ମଣ୍ଡପରେ ଯଜ୍ଞର ଦୃଶ୍ୟ ତ କେଉଁଠି ସ୍ପଷ୍ଟ ଦିଶୁଛି ମଠ ମନ୍ଦିର। ପୁଣି ଦାସିଆ ବାଉରୀ ଜଗନ୍ନାଥଙ୍କ ପାଖକୁ ନଡ଼ିଆ ନେଇ ଆସିବାର ଚିତ୍ର କରୁଛି ଭାବବିହ୍ବଳ। ଶ୍ରୀମନ୍ଦିର ପରିକ୍ରମା ବୁଲି ଆସୁଥିବା ଶ୍ରଦ୍ଧାଳୁ ଚିତ୍ରକଳାରୁ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କରେ ଜାଣି ପାରୁଛନ୍ତି । ମଠ ମନ୍ଦିରର ମାହାତ୍ମ୍ୟ ଜାଣି ହେଉଛି। ଚିତ୍ର ପ୍ରଦର୍ଶନୀ ବି ସେଇ କାଳିଆ ଠାକୁରଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଥିବା ଚିତ୍ରଶିଳ୍ପୀ କହିଛନ୍ତି । ଯେଉଁ ଚିତ୍ର ପ୍ରଦର୍ଶନୀ ପାଇଁ ୧୫ଦିନ ସମୟ ଲାଗେ ମାତ୍ର ୪ରୁ ୫ଘଣ୍ଟା ଭିତରେ ରାଜ୍ୟର ୨୦ଜଣ ଚିତ୍ରଶିଳ୍ପୀ ତାକୁ ସମ୍ଭବ କରିଛନ୍ତି।

Leave A Reply

Your email address will not be published.