ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓଙ୍କ ମୁଖ୍ୟ ଅତିଥି ଭାବେ ଉପସ୍ଥିତି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅଧ୍ୟକ୍ଷା , ପାରଳା ପୌରପରିଷଦ ଶ୍ରୀମତୀ ନିର୍ମଳା ସେଠୀଙ୍କ ଉପସ୍ଥିତିରେ ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ ୯୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।
ସୂଚନା ପ୍ରକାରେ ଏହି ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ ଚଳିତ ମାସ ୧୭-୦୧-୨୦୨୪ ରିଖରେ ବ୍ରହ୍ମପୁର ରୁ ଆରମ୍ଭ ହୋଇ ୨୨-୦୧-୨୦୨୪ ରେ ଶେଷ ହେବ।
ଏଥିପାଇଁ ରାଜ୍ୟ ତୀର୍ଥ ଯାତ୍ରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିଛି ଏବଂ ସେମାନେ ହିଁ ଏହିଯାତ୍ରାରେ ସାମିଲ ହେବେ I ଉକ୍ତ ଯାତ୍ରୀ ମାନେ ପର୍ଯ୍ୟଟନ ବିଭାଗ , ଓଡିଶା ସରକାରଙ୍କ ଦ୍ବାରା ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିଥିଲେ। ସେଥି ମଧ୍ୟରୁ ୯୦ ଜଣ ଯାତ୍ରୀଙ୍କୁ e-randomization ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ଚିହ୍ନଟ କରିଛି । ସେଥି ମଧ୍ୟରେ ଗୋଷାଣି ବ୍ଲକ ରୁ ୩୨ ଜଣ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୯ ଜଣ , ଗୁମ୍ମା ବ୍ଲକ ରୁ ୧୫ ଜଣ , ମୋହନା ବ୍ଲକରୁ ୬ ଜଣ , କାଶିନଗର ବ୍ଲକ ରୁ ୨୧ ଜଣ ଏବଂ ପାରଳାଖେମୁଣ୍ଡି ମୁନିସିପାଲିଟିରୁ ୭ ଜଣ ତୀର୍ଥଯାତ୍ରୀ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଯାତ୍ରା ପାଇଁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।
ଯାତ୍ରୀମାନେ ବ୍ରହ୍ମପୁର ଗସ୍ତ ପୂର୍ବରୁ ଏଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ସରକାରଙ୍କ ଖର୍ଚ୍ଚରେ ଅଣାଯାଇଛି ଏବଂ ଫେରିଲା ବେଳେ ମଧ୍ୟ ସେମାନଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଛଡ଼ାଯିବ। ବ୍ରହ୍ମପୁର ପହଞ୍ଚିଲା ପରେ ସମସ୍ତଙ୍କୁ ଏକ କିଟ୍ ଦିଆଯିବ , ଯେଉଁଥିରେ କି ତାଙ୍କ ନିତ୍ୟ ଆବଶ୍ୟକ ଜିନିଷ ରହିବ। ଟ୍ରେନ୍ ଯାତ୍ରା ସମୟରେ IRCTC ତରଫରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଆବଶ୍ୟକ ଡ଼ାକ୍ତର ଟିମ୍ ଟ୍ରେନ୍ ରେ ରହିବେ। ଆମ ଜିଲ୍ଲାରୁ ସମସ୍ତ ଯାତ୍ରୀଙ୍କ ତତ୍ତ୍ବାବଧାନ ପାଇଁ ତିନିଜଣ Escort Officer ସେମାନଙ୍କର ସାଙ୍ଗରେ ଯାତ୍ରା କରିବେ। ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ ରେ ବସାଇବା ଏବଂ ଆସିବା ସମୟରେ ଯତ୍ନ ଓ ସୁରକ୍ଷାରେ ଆଣିବା ପାଇଁ ପର୍ଯ୍ୟଟନ ଅଧିକାରୀଙ୍କ ସହ ଏକ ଟିମ୍ ରହିବେ।
ଯାତ୍ରୀ ମାନଙ୍କର ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ନେତୃତ୍ବରେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post