ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ ବେଳକୁ’

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ ବେଳକୁ’ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ଏହି ନାଟକକୁ ପରିବେଷଣ କରିବେ ନୟାଗଡ଼ର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ଚମତ୍କାର’ର କଳାକାର ମାନେ । ନାଟ୍ୟକାର ଗଦାଧର ନନ୍ଦଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ନାଟକ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଏବଂ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ନାଟକରେ ବିଭିନ୍ନ ଚରିତ୍ରରେ ରିଙ୍କୁ, ବାପି, ବାପୁ, ନିଶିକାନ୍ତ, ପ୍ରଦୀପ, ଟୁନା, ସରୋଜ, ଲକି, ସିଂ ବାବୁ, ଦେବାଂଶୀ, ପ୍ଲାଜା, ସାଇ ଶ୍ରୀ, କଣ୍ଢେଇ, ସୋନାଲୀ ଏବଂ କ୍ରିଷ୍ଣା ପ୍ରମୁଖ ଅଭିନୟ କରିଛନ୍ତି। ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀ ଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ନାଟକ ‘ପତିତପାବନ ବାନା ଆଉ କେତେବେଳକୁ’ ମଧ୍ୟରେ । ଅବିଶ୍ଵାସ, ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ – କ୍ଷତାକ୍ତ । ସେ ସାଧାରଣ ବ୍ୟକ୍ତିବିଶେଷ ହୁଅନ୍ତୁ ଅଥବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ – କିଛିବି ପାର୍ଥକ୍ୟ ନାହିଁ । ନିଜ ସାନଭାଇ ସାନଦେଉଙ୍କ ସହିତ ମହାରାଣୀଙ୍କ ପବିତ୍ର ସମ୍ପର୍କକୁ ସନ୍ଦେହକରି ସନ୍ଦେହର ଡହଡହ ତାତିଲା ଝାଞ୍ଜିରେ ଛଟପଟ ଗଜପତିଙ୍କ ନିଷ୍ଠୁର ପ୍ରାଣଦଣ୍ଡ ଆଦେଶ ସାନଦେଉଙ୍କୁ ମାତୃସମା ରାଣୀଙ୍କଠାରୁ ଦୂରେଇ ରଖେ । ଏକ ସାମାନ୍ୟ କାରଣ ( ଗୋଟିଏ ଫୁଲହାର) ଗଜପତି ମହାରାଜାଙ୍କ ମନରେ କିପରି ସନ୍ଦେହର ବିଷବୃକ୍ଷ ସୃଷ୍ଟିକରେ ; ତାହାର ପ୍ରାମାଣିକ ରୂପ ନାଟକରେ ପ୍ରତିଫଳିତ ।

Leave A Reply

Your email address will not be published.