ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଗଣା ଚାଉଳ ପ୍ରଦାନ କୁ ନେଇ ଆଜି ରାଜନୀତି ସରଗରମ ହୋଇଛି। କେନ୍ଦ୍ର ର ବିଜେପି ନେତୃତ୍ଵାଧୀନ ସରକାର ଗରିବ ପରିବାରଙ୍କୁ ମାଗଣା ଚାଉଳ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଗରିବ ଙ୍କୁ ମାଗଣା ଚାଉଳ ପ୍ରଦାନ କରୁଛନ୍ତି। ତେବେ ଚାଉଳ ପ୍ରଦାନ କରାଯାଉଥିବା କେନ୍ଦ୍ର ମାନଙ୍କରେ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗା ଯାଉଥିବାରୁ ଏହା ର ତୀବ୍ର ବିରୋଧ କରିଛନ୍ତି ଡାବୁଗାଁ ବିଜେପି। ଆଜି ଡାବୁଗାଁ ଗ୍ରାମ ପଞ୍ଚାୟତ ରେ ମାଗଣା ଚାଉଳ ପ୍ରଦାନ ସମୟରେ ବିଜେପି କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଖାଦ୍ୟ ସୁରକ୍ଷା ଯୋଜନା ପୋଷ୍ଟର ହଟାଇ ଥିଲେ। ଯାହା କି ଡାବୁଗାଁ ରାଜନୀତି କୁ ସରଗରମ କରିଛି। ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ ର ଗରିବ ପରିବାରଙ୍କୁ ଅନ୍ତଦ୍ୱୟ ଯୋଜନା, ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ରେ ଗରୀବ ହିତାଧିକାରୀ ଙ୍କୁ ମାଗଣା ଚାଉଳ ପ୍ରଦାନ କରାଯାଉଛି। ଯୋଗାଣ ବିଭାଗ ସୂତ୍ରରୁ ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକରେ ରାଜ୍ୟ ସରକାରଙ୍କ ମାତ୍ର ୧୬ କ୍ୟୁଣ୍ଟାଲ ଯୋଗାଣ ହେଉଥିବା ସ୍ଥଳେ କେନ୍ଦ୍ର ସରକାର ୩୦୦୦ କ୍ୟୁଣ୍ଟାଲ ରୁ ଅଧିକ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ଡାବୁଗାଁ ଗ୍ରାମ ପଞ୍ଚାୟତ ରେ ଗରୀବ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ମାସରେ ମାତ୍ର ୫ କ୍ୟୁଣ୍ଟାଲ ୨୫ କେଜି ଚାଉଳ ଦିଆ ଯାଉଥିବା ସ୍ଥଳେ କେନ୍ଦ୍ର ସରକାର ତରଫରୁ ୩୦୭ କ୍ୟୁଣ୍ଟାଲ ଚାଉଳ ପ୍ରଦାନ କରାଯାଉଛି। ସେହିପରି ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ଦିଆ ଯାଉଥିବା ସ୍ଥଳେ କେନ୍ଦ୍ର ସରକାର ୧୪୭ କ୍ୟୁଣ୍ଟାଲ ମାଗଣା ଚାଉଳ ଦେଉଛନ୍ତି। ତେବେ କେନ୍ଦ୍ର ନେତୃତ୍ଵାଧୀନ ସରକାର ଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଅଧିକ ମାଗଣା ଚାଉଳ ଦିଆ ଯାଉଥିଲେ ସୁଦ୍ଧା ଡାବୁଗାଁ ବ୍ଲକ ର କୌଣସି ସ୍ଥାନରେ ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପୋଷ୍ଟର ରହି ନ ଥିବା ସ୍ଥଳେ ମାଗଣା ଚାଉଳ ବିତରଣ କେନ୍ଦ୍ର ମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୋଷ୍ଟର ରହିଛି । ଯାହାକୁ ନେଇ ଡାବୁଗାଁ ବ୍ଲକ ବିଜେପି ତରଫରୁ ଏହାକୁ ଦୃଢ ବିରୋଧ କରାଯାଇଛି। ଆଜି ବିଜେପି ର ଏକ ପ୍ରତିନିଧି ଦଳ ଡାବୁଗାଁ ଗ୍ରାମ ପଞ୍ଚାୟତ ପରିସରରେ ଦିଆଯାଉଥିବା କେନ୍ଦ୍ର କୁ ଯାଇ ଯୋଗାଣ ସହାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଥିବା ପୋଷ୍ଟର ହଟାଇ ବାକୁ ଜିଦ୍ କରିଥିଲେ। ଯଦି ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ଲଗାଯିବ ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପୋଷ୍ଟର ମଧ୍ୟ ଲଗାଇବା ପାଇଁ ଜିଦ୍ କରିଥିଲେ। ଶେଷରେ ବିଜେପି କର୍ମୀ ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ହଟା ଯାଇଥିଲା।ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଡାବୁଗାଁ ବ୍ଲକ ରେ ମାଗଣା ଚାଉଳ କୁ ରାଜନୀତି ସରଗରମ ହୋଇଛି। ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ଚାଉଳ ବିତରଣ କେନ୍ଦ୍ର ଘେରାଉ କରାଯାଇ ରାଜ୍ୟ ସରକାରଙ୍କ ପୋଷ୍ଟର ନୀତି କୁ ବିରୋଧ କରାଯିବ ବୋଲି ବିଜେପି ର ବରିଷ୍ଠ ନେତା ଦିବାନ ସିଂ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପାତ୍ର, ଡାବୁଗାଁ ମଣ୍ଡଳ ଉପ ସଭାପତି ନରେଶ ସିଂ,ରତନ କଲାର, ନୁରୁ ସିଂ, ପ୍ରମୁଖ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.