(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଉତ୍ତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡି ଉଦଘାଟିତ ହୋଇଛି । ସମିତିର ସମ୍ପାଦକ ଅବିନାଶ ରାଉତଙ୍କ ପୌରହିତ୍ୟରେ ଏଥିରେ ପୂର୍ବତନ ବ୍ଲକ ଅଧକ୍ଷ ନରେନ୍ଦ୍ର ବାରିକ ଏବଂ ସମିତିର ସଭାପତି ମନୋଜ କୁମାର ମହାନ୍ତି ଯୋଗଦାନ କରି ମଣ୍ଡିକୁ ଉଦଘାଟନ କରିବା ସହିତ ଚାଷୀମାନଙ୍କୁ ସରକାରଙ୍କ ନୀତିନିୟମ ସମ୍ପର୍କରେ ଅବଗତ କରାଇବା ସହିତ ସମସ୍ତ ନୀତିନିୟମକୁ ମାନି ଶୃଙ୍ଖଳିତ ଭାବେ ଧାନ ଦେବା ପାଇଁ ପରାମର୍ଶ ଦେଇଥିଲେ l ଏଥିରେ ପ୍ୟାଡ଼ି କମିଟି ସଭ୍ୟ ଦୁର୍ଗା ପ୍ରସାଦ ଦାସ, ସୁଶାନ୍ତ ବାରିକ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ଚାଷୀ ଯମ୍ବେଶ୍ୱର ବେହୁରା, ପାର୍ଥସାରଥୀ ବେହେରା, ସୁଦାମ ଦାସ ଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ । ଆରଏମସି ପକ୍ଷରୁ ମାନ ନିର୍ଧାରଣ କରାଯାଇ ଧାନ ସଂଗ୍ରହ କରାଯାଉଥିଲା ବେଳେ ସୂଚାର ଭାବେ ମଣ୍ଡି ଚାଲିଥିବା ବହୁ ଚାଷୀ ମତ ପ୍ରକାଶ କରିଥିଲେ l ମୋଟ 526 ଜଣ ଚାଷୀ ପଞ୍ଜିକୃତ କରିଥିଲାବେଳେ ପ୍ରଥମ ଏବଂ ଦ୍ଵିତୀୟ ବାରିରେ 44ଜଣ ଚାଷୀଙ୍କ ଠାରୁ 1 ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାର ସମ୍ପାଦକ ଶ୍ରୀ ରାଉତ ପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.