ବାଣପୁର (ସେକ କୌସର ): ଖୋର୍ଦ୍ଧା ଜଳସେଚନ ବିଭାଗ ଆନୁକୂଲ୍ୟରେ ବାଣପୁର ଶାଳିଆ ଉପଖଣ୍ଡ ଜଳସେଚନ ବିଭାଗ ତରଫରୁଡ୍ୟାମ ଠାରେ ଏକ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ମରଲୀଧର ବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ଶାଳିଆ ଶୀର୍ଷ କମିଟି ସଭାପତି ପ୍ରକାଶ ବେହେରା, ସମ୍ପାଦକ ଗିରିଜା ଶଙ୍କର ନାୟକ ବର୍ମା ଏବଂ କୃଷି ବିଭାଗର ବିଭିନ୍ନ ଅଧିକାରୀ ଚାଷୀ ମାନଙ୍କର ଚାଷ ଜମିକୁ ଜଳର ସୁଷମ ବଣ୍ଟନ ଓ ତାହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ।କୃଷି ଅଧିକାରୀ ମାନେ ଚାଷୀମାନଙ୍କର ଉନ୍ନତି କଳ୍ପେ ଚାଷୀ ମାନଙ୍କ ପାଖରେ କିପରି ସରକାରୀ ଯୋଜନା ଗୁଡିକ ସୁବିଧାରେ ଉପଲବ୍ଧ ହୋଇ ସରକାରଙ୍କ ପ୍ରଦତ୍ତ ସବିସିଡ ପାଇପାରିବେ ଚାଷୀ ମାନଙ୍କୁ ବୁଝାଇଥିଲେ। ସରକାରଙ୍କ ଯୋଜନା ଗୁଡିକ ଚାଷୀମାନଙ୍କ ଅବଗତ ନିମନ୍ତେ ଏକ ସଚେତନତା ରଥ ପ୍ରତି ଗାଁକୁ ଯାଇ ଚାଷୀ ମାନଙ୍କୁ ସଚେତନ କରିବା ସହ ଚାଷୀ ମାନେ ସିଧାସଳଖ ଅଧିକାରୀ ମାନଙ୍କ ସହ ଯୋଡିହେବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ପାଣି ପଞ୍ଚାୟତ ତରଫରୁ ବିଭିନ୍ନ ସ୍କୁଲ ଗୁଡିକରେ ଆୟୋଜନ କରାଯାଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆସନ୍ତା ୨୪ତାରିଖରେ ଜିଲ୍ଲା ସ୍ତରୀୟ ପକ୍ଷ ପାଳନ ହେବା ପାଇଁ ସ୍ଥିର ହୋଇଥିବା ସହକାରୀ ଯନ୍ତ୍ରୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.