କଳାହାଣ୍ଡି ଲୋକ ସାହିତ୍ୟ ଓ ଲୋକକଳାର ସମାରୋହ

0 2

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ

ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-ପ୍ରତି ବର୍ଷ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣର ଶତାଧିକ କବି ଓ ଲେଖକଙ୍କୁ ଏକତ୍ରିତ କରି ବାନ୍ଧି ରଖିବାର ଏକ ମହାର୍ଘ୍ୟ କାର୍ଯ୍ୟକ୍ରମ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଏକ ମନୋଜ୍ଞ ପରିବେଶରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କବି, ଲେଖକ ଓ ଗବେଷକ ଡ. ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇ କଳାହାଣ୍ଡିର ଲୋକ ସାହିତ୍ୟ ଓ ଲୋକକଳାର ସମାହାର ଏହି ମହୋତ୍ସବକୁ ଭୂୟସୀ ପ୍ରଶଂସା କରିଥିଲେ। କବି ସମ୍ମିଳନୀ ଉପକମିଟିର ଅଧ୍ୟକ୍ଷ ଡ. ତପନ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଉପକମିଟିର ନୋଡ଼ାଲ ଅଫିସର ଶ୍ରୀକାନ୍ତ ଦଳେଇ, ସହ ଅଧ୍ୟକ୍ଷ ସନ୍ତୋଷ ରଥ, ଆବାହକ ସତ୍ୟନାରାୟଣ ମୁଣ୍ଡଛିନା, ସଦସ୍ୟ କଳ୍ପନା ରଥ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ଲେଖିକା ଯାଜ୍ଞସେନୀ ସାହାଙ୍କୁ ମାଟିପୁତ୍ର ସମ୍ମାନ ପ୍ରଦାନ କରାଯାଇଥିବାବେଳେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡିଲେଶ୍ୱର ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପକମିଟିର ସଦସ୍ୟ ବିଶ୍ୱରଞ୍ଜନ ପଣ୍ଡା, ଜୟଦ୍ରଥ ସୁନା, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯାଦବେନ୍ଦ୍ର ସାହା, ସୁମତି ମୁଣ୍ଡ, ଲିପ୍ସାମୟୀ ଦୁବେ ପ୍ରମୁଖ କବିତା ସଂଯୋଜନା ସହିତ କବିତା ପାଠୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି, କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।

Leave A Reply

Your email address will not be published.