କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଚ୍ଛେଲା ପଞ୍ଚାୟତରେ ଥିବା ଜଙ୍ଗଲଘେରି ଗ୍ରାମରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ବାସକରନ୍ତି ପାଖାପାଖି ୫0ରୁ ଉର୍ଦ୍ଧ ପରିବାର। ଶୀତଦିନେ ଛୋଟ ମାଟି କୁଡିଆ ଘରେ ବସବାସ କରିବା ଅତ୍ୟନ୍ତ କଷ୍ଟକର ଅଟେ । ପୁଣି ଏହି ଲୋକ ମାନେ, ଯେଉଁମାନେ ଶବର ସମ୍ପଦାୟ। ଏମାନଙ୍କ ପାଖରେ ଆର୍ଥିକ ଅନଟନ ସବୁବେଳେ ରହିଥାଏ। ଏହାକୁ ଦେଖି ଜଣେ ବୁଦ୍ଧିଜୀବୀ ପବିତ୍ର ବେହେରା କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପାଖରେ ବାର୍ତ୍ତା ଦେଇଥିଲେ। ସେମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ କରିବାପରେ, ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ତତକ୍ଷଣାତ୍ ସମସ୍ତ ସଦସ୍ୟମାନଙ୍କୁ ଡ଼ାକି ଆଲୋଚନା କରିବା ସହ ଆଜିର ଦିନରେ ବସ୍ତ୍ର ବଣ୍ଟନ କରିବାକୁ ସ୍ଥିର କରିଥିଲେ। ଆଗକୁ ଆସୁଛି ମକର ପର୍ବ। ଏହା ସବୁ ଆଦିବାସୀ ଙ୍କ ମୁଖ୍ୟ ଗଣ ପର୍ବ ଅଟେ। ଏବେ ଉପକୂଳ ଅଞ୍ଚଳ ରେ ଶୀତ ର ପ୍ରକୋପ ଅତି ବେଶୀ। ଏହାକୁ ଲକ୍ଷ୍ୟ ରେ ରଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଅଞ୍ଚଳ ବାସୀ ଙ୍କୁ ବସ୍ତ୍ର ସହ ଶୀତ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଦେଖି ଏହି ଗ୍ରାମ ର ଦିବ୍ୟାଙ୍ଗ ଜଗନ୍ନାଥ କୁହନ୍ତି ଜୀବନ ରେ ପ୍ରଥମ ଥର ଗୋଟେ ଅନୁଷ୍ଠାନ ଆମ ଗ୍ରାମବାସୀଙ୍କ ପର୍ବ ରେ ସାମିଲ ହେଲା। ଏହା ମହାନ କାର୍ଯ୍ୟ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ରଶ୍ମି ରଞ୍ଜନ ବାରିକ, ତପନ କୁମାର ନାଥ, ବୈଭବ ମହାନ୍ତି, ସୂର୍ଯ୍ୟକାନ୍ତ ପରିଡ଼ା, ନଳିନୀକାନ୍ତ ବେହେରା, ତପନ କୁମାର ନାଥ, ମନୋଜ ରାଉତ, ନିଗମ ସାହୁ, ଭାବଗ୍ରାହୀ ସାହୁ, ଜଗନ୍ନାଥ ବେହେରା, ଦିଲ୍ଲୀପ କୁମାର ସାହୁ, ହରି ଶଙ୍କର ସିଂ ଓ କ୍ଷୀରୋଦ ଚନ୍ଦ୍ର ପ୍ରଧାନ।
Sign in
Sign in
Recover your password.
A password will be e-mailed to you.