ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳାର ୩୦ତମ ବାର୍ଷିକ ଉତ୍ସବ ଅବସରରେ ମକର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି ।ବେଲଗୁଣ୍ଠା ସହର ଗଞ୍ଜାମ ଜିଲ୍ଲାରେ ଏକ ପ୍ରମୁଖ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ସହରର ବିଭିନ୍ନ ଦେବାଳୟ ରେ ଭକ୍ତଙ୍କ ଭିଡ ଲକ୍ଷ୍ୟ କରାଯାଇଥିଲା । ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳାର ଆଜି ୩୦ତମ ବାର୍ଷିକ ଉତ୍ସବ ଥିଲା ।ଏହି ପରିପ୍ରେକ୍ଷୀରେ ମେଳା କମିଟି ତରଫରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠ ପରିସରରେ ଠାକୁରଙ୍କ ମହାସ୍ନାନ,ପୂଜା,ଯଜ୍ଞ କର୍ମ,ଏକ ଲକ୍ଷ ଆଠ ଆରତୀ,ବେଢା ପରିକ୍ରମା, ମାନସିକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସପନ ମାନସିକ ମେଳାର ମୁଖ୍ୟ ପୁରୋଧା ମହେଶ୍ୱର ପତି ଓରଫ୍ ମଇନାଙ୍କ ମୁଖ୍ୟ ପୌରହିତ୍ୟରେ ଯଜ୍ଞ କର୍ତା ଭାବେ ଚନ୍ଦ୍ର ଶେଖର ପାଣିଗ୍ରାହୀ, ଧର୍ମ ପତ୍ନୀ ବବିତା ପାଣିଗ୍ରାହୀ,ହର ପ୍ରସାଦ ପାଣିଗ୍ରାହି, ତାଙ୍କ ଧର୍ମପତ୍ନୀ କଳ୍ପନା ପାଣିଗ୍ରାହୀ ଦାୟିତ୍ଵ ତୁଲାଇଥିବା ମୁଖ୍ୟ ପୂଜକ ପ୍ରସନ୍ନ କୁମାର ପତି,ଦିଲିପ ପତି,ଗୌରୀ ପ୍ରସାଦ ପତି,ବ୍ରଜେନ୍ଦ୍ର ପତି, ରାଧାକୃଷ୍ଣ ପତି ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।ଏହି ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବେଲଗୁଣ୍ଠା ବଡ଼ଦାଣ୍ଡଠାରେ ବେଲଗୁଣ୍ଠା ବ୍ଳକ ମଙ୍ଗଳପୁର ର ରାମାୟଣ,ବଡଗଡ ସରନଉତି ର ସୁଭଦ୍ରା ପରିଣୟ, ନଳବଣ୍ଟାର ପ୍ରହଲ୍ଲାଦ ନାଟକ ଓ ମୁଣମରାଇ ର ଗାହାଣ ଆଦି ଲୋକକଳା ପରିବେଷଣ କରାଯାଇଥିଲା ।ଏହା ଦେଖିବା ପାଇଁ ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ମୁତୟନ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.