ଗୁଣୁପୁର ଆୟପ୍ପା ମନ୍ଦିରରେ ମକର ସଂକ୍ରାନ୍ତି

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟପ୍ପା ମନ୍ଦିରରେ ଶ୍ରୀ ଆୟ୍ୟାପା ସ୍ଵାମୀ ଙ୍କୁ ଆଜି ସକାଳୁ ରୁପା ହାଣ୍ଡିରେ ପଞ୍ଚାମୃତ ଅଭିଷେକ କରାଯାଇଛି। ଏବଂ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆୟପ୍ପା ମନ୍ଦିର ସମ୍ମୁଖ ରେ ଭକ୍ତମାନେ କିପରି ଜ୍ୟୋତି ଦର୍ଶନ କରିପାରିବେ ତାହା ନିମନ୍ତେ ଆୟୋଜନ କରାଯାଇଥିଲା

ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟାପା ମନ୍ଦିରରେ ଶ୍ରୀ ଆୟାପାସ୍ଵାମୀ ଙ୍କୁ ଆଜି ପ୍ରଭାତରେ ରୁପାହାଣ୍ଡିରେ ପଞ୍ଚାମୃତ ,ଜଳ ଆଦି ନେଇ ସ୍ନାନ , ଅଭିଷେକ କରାଯାଇ ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜା ଯାଇଥିଲା । ୧୦୦କେଜି ଫୁଲ ରେ ଅର୍ଚ୍ଚନା , ପୂଜକ, ଦୀକ୍ଷା ନେଇ ଥିବା ଭକ୍ତ ଙ୍କ ଦ୍ଵାରା ପୂଜା ଓ ଆୟାପା ଭକ୍ତଙ୍କ ସମାଗମ ରେ ଆଜି ମନ୍ଦିର ପରିସର ଆଧ୍ୟାତ୍ମିକ ବାତାବରଣରେ ପୁରି ଉଠିଥିଲା । ଭକ୍ତଙ୍କୁ ଆକୃଷ୍ଟ କରିବା ନିମନ୍ତେ ମନ୍ଦିର ଏବଂ ଠାକୁର ଙ୍କ ମୂର୍ତ୍ତିକୁ ଦୀପ ମାଳ, ଫୁଲ ଇତ୍ୟାଦି ରେ ସାଜସଜ୍ଜା କରାଯାଇଥିଲା । ଗୁଣପୁର ଅଞ୍ଚଳର ଆୟାପ୍ପା ଭକ୍ତମାନଙ୍କ ପାଇଁ ସଂଧ୍ୟା 6.45 ମିନିଟ୍ ସମୟରେ ଜ୍ୟୋତି ଦର୍ଶନ ନିମନ୍ତେ ଆୟୋଜନ କରାଯାଇଥିବା ବେଳେ ଶିଶୁ ନୃତ୍ୟ ଶିଳ୍ପୀ ଏବଂ ଗାୟକ, ଗାୟିକା ମାନଂକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପୁଜକ ଶ୍ରୀ ଇପିଲି ମାଣିକାଣ୍ଠା ଶର୍ମା ,ମନ୍ଦିର କମିଟି ସଦସ୍ୟ ମାନେ ତଥା ଆୟ୍ୟାପା ସ୍ଵାମୀ ଦିକ୍ଷା ଗ୍ରହଣ କରିଥିବା ସ୍ଵାମୀ ମାନଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା ।

 

Leave A Reply

Your email address will not be published.