କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପଡିଆ ରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ଵାରା ସମସ୍ତ ଖାଦ୍ୟ ଷ୍ଟଲ୍ ଯାଞ୍ଚ

0 2

ଭବାନୀପାଟଣା(ରୋହିତ କୁମାର ନାଏକ )ଶାସକ ପ୍ରଶାସକ ::-ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ଘୁମୁରା- 2024 ର ପ୍ରଥମ ଦିନ ୧୪.୧.୨୦୨୪ ତାରିଖରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଖାଦ୍ୟ ଯାଞ୍ଚ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ ଧର୍ମଗଡ ସନ୍ତୋଷ କୁମାର ମହାପାତ୍ର, ଖାଦ୍ୟ ନିରାପତ୍ତା ଅଧିକାରୀ,ଭବାନୀପାଟଣା ଭରତ ଭୂଷଣ ସ୍ଵାଇଁ ଏବଂ ଅନ୍ୟାନ୍ୟ ଖାଦ୍ୟ ନିରାପତ୍ତା କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଖାଦ୍ୟ ବ୍ୟବସାୟୀ ମାନଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ଅବଗତ କରାଯାଇଥିଲା ଏବଂ ଖାଦ୍ୟକୁ ସ୍ୱଚ୍ଛତା ଅନୁଯାୟୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

‘ଖାଦ୍ୟ ପ୍ରସ୍ତୁତି ରେ ରାସାୟନିକ ରଙ୍ଗ ର ବ୍ୟବହାର ନ କରିବା’, ‘ଖାଦ୍ୟ ପରିବେଷଣ ରେ ଖବରକାଗଜ ର ବ୍ୟବହାର ନ କରିବା ‘, ‘ଛଣା ଛଣି ରେ ଖାଇବା ତେଲ ର ବାରମ୍ବାର ବ୍ୟବହାର ନ କରିବା’ କହିବା ସହ ନିୟମ ଉଲ୍ଲଘଂନ କରିଲେ ଜୋରିମାନା ଦଣ୍ଡ ଉପରେ କହିଥିଲେ।

Leave A Reply

Your email address will not be published.