ଜୟ ଜଗନ୍ନାଥ ଅର୍ପଣ ରଥର ଉଦଯାପନ ଉତ୍ସବ

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପବିତ୍ର ମକର ସଂକ୍ରାନ୍ତି ଅବସରରେ ନୟାଗଡ଼ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଜୟ ଜଗନ୍ନାଥ ଅର୍ପଣ ରଥର ଉଦଯାପନ ଉତ୍ସବ ପୁରୁଣା ସହର ସ୍ଥିତ ମା’ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଡିଓ ପଦ୍ମଚରଣ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ନୟାଗଡ଼ ବ୍ଲକର ୨୪ଟି ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ସଙ୍ଗୀତ ଗୁରୁ ରଜନୀ ମହାପାତ୍ରଙ୍କ ଦଳ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ବ୍ଲକର ବିଭିନ୍ନ ଅଞ୍ଚଳକୁ ସଂଗୃହିତ ଅରୁଆ ଚାଉଳ ଏବଂ ଗୁଆକୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପୁରୀ ପଠା ଯାଇଥିଲା। ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.