କିଛିଦିନ ତଳେ ଦିନେ ରବିବାରରେ ପ୍ରମୋଦ ମିଶ୍ରଙ୍କୁ ପାଣ୍ଡିଆନ ଫୋନ କରିଥିଲେ । ସେଦିନ ରବିବାର ହୋଇଥିବାରୁ ସୌଜନ୍ୟତା ଦୃଷ୍ଟିରୁ ରବିବାରରେ ଫୋନ କରିଥିବାରୁ କଥା ଆରମ୍ଭରୁ ପାଣ୍ଡିଆନ କ୍ଷମା ମାଗିଥିଲେ ପ୍ରମୋଦ ମିଶ୍ରଙ୍କୁ । ତେବେ ପ୍ରମୋଦ ମିଶ୍ର କହିଥିଲେ ସେ ଅଫିସରେ ଅଛନ୍ତି । ସଫଳତାର ଶୀର୍ଷରେ ପହଞ୍ଚିଥିବା ଜଣେ ବ୍ୟକ୍ତି ରବିବାରରେ ମଧ୍ଯ ଅଫିସରେ କାମ କରୁଛନ୍ତି । ଏହା ହିଁ କଠିନ ପରିଶ୍ରମ ବୋଲି ପାଣ୍ଡିଆନ ଉଦାହରଣ ଦେଇଥିଲେ ।
ସମ୍ବଲପୁର ମଣ୍ଡଳିଆରେ ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନ
ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ବାନ
-
ସରକାରୀ କଲେଜରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
-
ଗାଁରୁ ଯାଇ ଜର୍ମାନୀରେ ବୈଜ୍ଞାନିକ ଶେଷ କିସାନ
-
ପ୍ରତିଯୋଗିତାରେ ବିଜୟ ନୁହେଁ, ଅଂଶଗ୍ରହଣ ଗୁରୁତ୍ୱପୂର୍ଣ
ଭୁବନେଶ୍ୱର, ୧୩/୦୧/୨୦୨୪: ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇପାରିଛନ୍ତି ସମ୍ବଲପୁରର ଲୋକ । ସରକାରୀ କଲେଜରେ ପାଠ ପଢି ଏତେ ବଡ଼ ପଦବୀକୁ ଯାଇ ପାରିଛନ୍ତି ପ୍ରମୋଦ କୁମାର ମିଶ୍ର । ସେ ସମ୍ବଲପୁର ଜିଏମ କଲେଜର ଛାତ୍ର ଥିଲେ । କଠିନ ପରିଶ୍ରମ ଓ ଅଧ୍ଯବସାୟ ବଳରେ ସରକାରୀ କଲେଜରୁ ପାଠ ପଢି ସେ ଆଜି ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି । ଶୀର୍ଷରେ ପହଞ୍ଚି ମଧ୍ଯ ପରିଶ୍ରମ କେବେ ବନ୍ଦ କରି ନାହାନ୍ତି ପ୍ରମୋଦ ମିଶ୍ର ବୋଲି କହିଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ଯକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ । ସମ୍ବଲପୁର ମଣ୍ଡଳିଆ ଠାରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ ବୋଲି ପିଲାଙ୍କୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଓ ଜର୍ମାନୀରେ ବୈଜ୍ଞାନିକ ଥିବା ପଶ୍ଚିମ ଓଡିଶାର ପୁଅ ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ ।
କିଛିଦିନ ତଳେ ଦିନେ ରବିବାରରେ ପ୍ରମୋଦ ମିଶ୍ରଙ୍କୁ ପାଣ୍ଡିଆନ ଫୋନ କରିଥିଲେ । ସେଦିନ ରବିବାର ହୋଇଥିବାରୁ ସୌଜନ୍ୟତା ଦୃଷ୍ଟିରୁ ରବିବାରରେ ଫୋନ କରିଥିବାରୁ କଥା ଆରମ୍ଭରୁ ପାଣ୍ଡିଆନ କ୍ଷମା ମାଗିଥିଲେ ପ୍ରମୋଦ ମିଶ୍ରଙ୍କୁ । ତେବେ ପ୍ରମୋଦ ମିଶ୍ର କହିଥିଲେ ସେ ଅଫିସରେ ଅଛନ୍ତି । ସଫଳତାର ଶୀର୍ଷରେ ପହଞ୍ଚିଥିବା ଜଣେ ବ୍ୟକ୍ତି ରବିବାରରେ ମଧ୍ଯ ଅଫିସରେ କାମ କରୁଛନ୍ତି । ଏହା ହିଁ କଠିନ ପରିଶ୍ରମ ବୋଲି ପାଣ୍ଡିଆନ ଉଦାହରଣ ଦେଇଥିଲେ ।
କଠିନ ପରିଶ୍ରମ କରୁଥିବାରୁ ସେ ଯେକୌଣସି ବିଷୟରେ ଅନର୍ଗଳ ତଥ୍ୟଭିଭିକ ମନ୍ତବ୍ୟ ରଖିପାରୁଛନ୍ତି ବୋଲି ମଧ୍ଯ କହିଥିଲେ ପାଣ୍ଡିଆନ । ନିଜେ ପାଣ୍ଡିଆନ ଆଇଏଏସ ଟ୍ରେନିଂ ନେବାବେଳେ ପ୍ରମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ ଆଉ ଟ୍ରେନିଂ କ୍ଲାସ ନେଉଥିଲେ । କୃଷି ସମ୍ପର୍କରେ ଯେଉଁଭଳି ବକ୍ତବ୍ୟ ରଖୁଥିଲେ ସେଥିରେ ସନ୍ଦେହ ହୋଇଥିଲା ଯେ, ସେ କୃଷିପାଠ ପଢି ଆସିଛନ୍ତି । ସେହିଭଳି ବିପର୍ଯ୍ୟୟ ପରିଚାଳନା ବୈଠକରେ ତାଙ୍କ ବକ୍ତବ୍ୟ ଶୁଣି ଲାଗିଥିଲା ଯେ, ସେ ବିପର୍ଯ୍ୟୟ ପରିଚାଳନା ପାଠ ପଢିଛନ୍ତି ବୋଲି । ଏ ସବୁ କଠିନ ପରିଶ୍ରମର ଫଳ ବୋଲି ପିଲାଙ୍କୁ ପାଣ୍ଡିଆନ କହିଥିଲେ ।
ସେହିଭଳି ପଶ୍ଚିମ ଓଡିଶାର ଆଉଜଣେ ଉଜ୍ଜ୍ଵଳ ତାରକା ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ । ପିଲାବେଳୁ ବାପା ମା ଛେଉଣ୍ଡ ହୋଇଥିଲେ ଶେଷ କିଶାନ । ଗାଁ ସ୍କୁଲରେ ପାଠ ପଢୁଥିଲେ । ପେଟ ପୋଷିବା ଲାଗି ନିଜେ କାମ ମଧ୍ୟ କରୁଥିଲେ । କଠିନ ପରିଶ୍ରମ, ପ୍ରବଳ ଇଚ୍ଛାଶକ୍ତି ଓ ନିଷ୍ଠାପର ଅର୍ଥବ୍ୟସାୟ ବଳରେ ସେ ଭୁବନେଶ୍ୱର ନାଇଜରରେ ପଢିଲେ ଓ ଗୋଲ୍ଡ ମେଡାଲିଷ୍ଟ ମଧ୍ଯ ହେଲେ । ପରବର୍ତି ସମୟରେ ସେ ଜର୍ମାନୀରେ ବୈଜ୍ଞାନିକ ହୋଇପାରିଲେ । ଏବେ ସେ ଓଡିଶାରେ ଫାର୍ମା କମ୍ପାନୀ ଖୋଲି ବହୁ ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ ପିଲାଙ୍କୁ ଉଦାହରଣ ଦେଇ ନିଜ ଭବିଷ୍ୟତ ଗଢିବାର ଟିପ୍ପ ଦେଇଥିଲେ ।
ସେହିଭଳି ସୋସିଆଲ ମିଡିଆରେ ଅଧିକ ସମୟ ଦେଲେ ନିଜର ପାଠ ମନେରଖିବାର ଦକ୍ଷତା ହ୍ରାସ ପାଇବ ବୋଲି କହିଥିଲେ ପାଣ୍ଡିଆନ । ଆତ୍ମବିଶ୍ଵାସର ସହ ଦୈନିକ ୧୪ଘଣ୍ଟା ପରିଶ୍ରମ କଲେ ସଫଳତା ହାତମୁଠାକୁ ଆପଣା ଛାଏଁ ଆସିବ । ନିଜେ ଏକଥାକୁ ସେ ଅଙ୍ଗେ ନିଭାଇଛନ୍ତି ବୋଲି ପାଣ୍ଡିଆନ ପିଲାଙ୍କୁ କହିଥିଲେ । ନିଜ ଅନୁଭୂତିରୁ ଏକ ୬ସୂତ୍ରୀ ସଫଳତାର ମାର୍ଗ ଦେଇଥିଲେ ପାଣ୍ଡିଆନ ।
ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ କାହିଁକି ଏ ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ଏ ନେଇ ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି । ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ ପାହାଚରେ ଅଛନ୍ତି । ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ I ସେମାନଙ୍କର ଏହା ଗୋଲଡେନ ପିରିୟଡ । ୫ ବର୍ଷ ଖଟିଲେ ଆଗାମୀ ୫୦ ବର୍ଷ ଖୁସିରେ କଟାଇବେ ବୋଲି କହିଥିଲେ ଫାଇଭ ଟି ଅଧ୍ଯକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ।
ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ । ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ । ଯାହାବି ଅନ୍ତର୍ନିହିତ ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ । ଜୀବନରେ ବହୁତ । ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ୱର ବିକାଶ କାଶ ନିହାତି ଆବଶ୍ୟକ ଏହାକୁ ଆଖିରେ ରଖ୍ ଏହି ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ବୋଲି । କହିଛନ୍ତି ଫାଇଭ ଟି ଅଧ୍ଯକ୍ଷ ।
କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ କରିବା ଅତି ଗୁରୁତ୍ବପୂର୍ଣ । ପ୍ରତିଯୋଗିତାରେ ଜିତିଲେ ଖୁସି ମିଳିବ, ହେଲେ ଅଂଶଗ୍ରହଣ ଜୀବନରେ ଗୁରୁତ୍ବପୂର୍ଣ ଶିକ୍ଷା ପ୍ରଦାନ କରିବ । ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭ ଟି ଅଧ୍ଯକ୍ଷ ଭି କେ ପାଣ୍ଡିଆନ ।
ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି । ପ୍ରତି ଛାତ୍ରଛାତ୍ରୀ ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି । ମଣ୍ଡଳିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ପାଣ୍ଡିଆନଙ୍କୁ ଦେଖିବାକୁ ଛାତ୍ରଛାତ୍ରୀମାନେ ଅତ୍ୟକ ଉତ୍ସାହିତ ଥିବା ଆଜି ଦେଖିବାକୁ ମିଳିଥିଲା | ତାଙ୍କ ସହ ହାତ ମିଳାଇବା ଓ ସେଲ୍ସି ନେବାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବା ଦେଖିବାକୁ ମିଳିଥିଲା |