ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ ପାଞ୍ଚ ବେପାରୀ ଗିରଫ

0 2

ବାଲୁଗାଁ (ସେକ କୌସର ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମରେ ଚଢ଼ାଉ କରାଯାଇ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁ ସାଲେମ ଜିଲ୍ଲାର ନନ୍ଦକୁମାର ଆର (୨୬), ପ୍ରଶାନ୍ତ ଏମ (୧୮), ଲଗେସ୍ୱରନ ଚନ୍ଦ୍ରଶେଖରନ (୨୨), ବିଶ୍ୱ ମଣିକନ୍ଦନ (୨୧) ଏବଂ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ରାଜେଶ ପ୍ରଧାନ (୨୧)।ସେମାନଙ୍କ ନିକଟରୁ ୨୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୫ ହଜାର ଟଙ୍କା ହେବ। ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇର ଚୋରା ଚାଲାଣ ପାଇଁ ବାଲୁଗାଁ ଷ୍ଟେସନରେ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ଚେନ୍ନାଇ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Leave A Reply

Your email address will not be published.