ପାଣ୍ଡିଆନଙ୍କୁ ଭେଟିଲେ ଡାନି, ଅଚ୍ୟୁତ ଓ ପ୍ରଶାନ୍ତ, : ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ

0 1

ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

5T ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବାରୁ ସେମାନେ ଖୁସିବ୍ୟକ୍ତ କରି କହିଥିଲେ ଯେ ଏକ ନୂତନ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ ଶ୍ରୀ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଅତୁଳନୀୟ। ଆପଣଙ୍କ ଏହି ପରିଶ୍ରମ ଓଡିଶାକୁ ନିଶ୍ଚିତ ରୂପେ ଆଗକୁ ନେବ ବୋଲି ସେମାନେ କହିଥିଲେ ।

Leave A Reply

Your email address will not be published.