ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗୁମ୍ମା ସ୍ଥିତ ହାଟପଦା ଠାରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗୁମ୍ମା ସ୍ଥିତ ହାଟପଦା ଠାରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାନସଭା ପ୍ରଭାରୀ ବାବୁଲା ରଣାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , ବରିଷ୍ଠ ନେତା ତଥା ଜିଲ୍ଲା କମିଟି ସଦସ୍ୟ କିଶୋର ଚନ୍ଦ୍ର ଗୁରୁ , ଲୋଗସ୍ ଦାସ୍ ବର୍ଦ୍ଧନ , ପାଇଲା ମୂରଲୀ କ୍ରିଷ୍ଣା , ଜି.ଚନ୍ଦ୍ରା ରାଓ ପ୍ରମୁଖ ଜିଲ୍ଲା ନେତୃବୃନ୍ଦ ଯୋଗ ଦେଇଥିଲେ।
ବୈଠକ ଆରମ୍ଭ ହେବା ପୂର୍ବରୁ ଗୁମ୍ମା ହାଟପଦା ଠାରୁ ଗୁମ୍ମା ମୁଖ୍ୟ ବଜାର ଦେଇ ଖ୍ରୀଷ୍ଟିଆନ ପର୍ଯ୍ୟନ୍ତ ବିଭିନ୍ନ ସ୍ଳୋଗାନ ଦେଇ ଶୋଭାଯାତ୍ରା କରିବା ସହ ଲୋକ ମାନଙ୍କୁ ଦଳୀୟ ପ୍ରଚାର ପତ୍ର ବଣ୍ଟା ଯାଇଥିଲା। ଉକ୍ତ ବୈଠକରେ ପାରଳାଖେମୁଣ୍ଡି ବିଧାନସଭାର ତିନୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପାଳିକାର ସକ୍ରୀୟ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଙ୍ଗଠନ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି। ଦିଲ୍ଲୀରେ ଲଗାତାର ସରକାର ଗଢିବା ଓ ପଞ୍ଜାବରେ ଆପ୍ ର ବୃହତ ବିଜୟ ପରେ ସାରା ଦେଶରେ ଆପ୍ ଏକ ବିକଳ୍ପ ଦଳ ଭାବେ ଉଭା ହୋଇଛି ଏବଂ ଅରବିନ୍ଦ୍ କେଜ୍ରିୱାଲଙ୍କ ମଡେଲ ସାଧାରଣ ଲୋକଙ୍କ ପାଖରେ ଆଦୃତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଜିଲ୍ଲାରେ ଅଧିକରୁ ଅଧିକ ସକ୍ରିୟ କର୍ମୀ ତଥା ଓ ନେତୃତ୍ବ ତିଆରି କରି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ତୃଣମୂଳ ସ୍ତରରେ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଶିକ୍ଷା , ସ୍ୱାସ୍ଥ୍ୟ , ବିଜୁଳି , ପାଣି , ମହିଳା ସଶକ୍ତିକରଣ ଓ ରୋଜଗାରର ରାଜନୀତିକୁ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଗୁମ୍ମା ବ୍ଲକ ସଭାପତି ବୋୟାଜ ବେବର୍ତ୍ତା , ଗୁମ୍ମା ବ୍ଲକ ଯୁବ ସଭାପତି ଦୀପ୍ ସାମୁଏଲ ଓ ନୂଆଗଡ ବ୍ଲକ ସଭାପତି ଯୋସିୟ ରାଇକା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁନି ସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗାସାରୁ ରୟିତ , ଲୁସେନ୍ୟ ଗମାଙ୍ଗ , ଏଲିୟାଜର ମଣ୍ଡଳ , ଜି.ଅନିଲ , ଟିଟୁ ଶବର , ପିଶନ ପାଣି , ମିଖାଇଲ ରାଇକା , ଲୋହିତ ଜେନା , ସୋଲମାନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.