ଭଞ୍ଜନଗର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବାକୁ ସ୍ଥାନୀୟ ବୁଢ଼ୀ ଠାକୁରାଣୀ ମନ୍ଦିର ଠାରୁ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା।ଏହା ଶଙ୍ଖ ସାହି ଦେଇ ୧ନଂ ୱାର୍ଡ ଠାରୁ ୮ନଂୱାର୍ଡ ଏବଂ ୧୫ନଂ ୱାର୍ଡ ମଧ୍ୟରେ ଥିବା ବିଭିନ୍ନ ସାହି ପରିକ୍ରମା କରିଥିଲା।ସେହିପରି ମେଦିରି ସାହି,ଶ୍ରୀରାମ ମନ୍ଦିର ଛକ,ରେଡ଼କ୍ରସ ରୋଡ଼ର ପାର୍କ ଛକ ଏବଂ ବାଗଦେବୀ ରୋଡ଼ର ନିଗମାନନ୍ଦ ମାର୍ଗ ଠାରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା।ଏଥିରେ ବିଜେଡ଼ି ଏନଏସି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ,କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ଦିବାକର ନାୟକ, ଏନଏସି ପ୍ରତିନିଧି ପଞ୍ଚାନନ ପାଳ, ସଭାନେତ୍ରୀ ସୁଜ୍ଞାନୀ ଗୌଡ଼, ପୂର୍ବତନ ଏନଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ସମଜସେବୀ ଶୂଳପାଣି ଶତପଥି ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ଜନହିତକର କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଓଡିଶା ଆଜି ସାରା ଦେଶରେ ୧ନଂ ହୋଇ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି।ସେହିପରି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ସହରର ବିକାଶ ସମ୍ଭବ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ। ଏଥିରେ ବିଭିନ୍ନ ୱାର୍ଡର କାଉନସିଲର, ବିଜେଡ଼ି ନେତୃବୃନ୍ଦଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.