ଭୁବନେଶ୍ୱର :- ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଇଞ୍ଜିନିୟର୍ସ(ଆଇଆଇସିଏଚ୍ଇ-ବିଆର୍ସି)ର ଭୁବନେଶ୍ୱର ଆଚଂଳିକ କେନ୍ଦ୍ର, ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ ଇନଭେଷ୍ଟମେନ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍(ଆଇପିଆଇସିଓଏଲ୍) ସହିତ ଆନୁଷଙ୍ଗିକ ଭାବେ ଏକ ସେମିନାର ‘ଓଡିକେମ୍-୨୦୨୨’ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ହୋଟେଲ୍ ଦି ନ୍ୟୁ ମାରିଅନ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ, ଏକାଡେମୀ ଏବଂ ଆର୍ଆଣ୍ଡଡି ସଂଗଠନର ପ୍ରାୟ ୧୫୦ ପ୍ରତିନିଧି ଏହି ସେମିନାରରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ତଥା ଓଡିଶାର ଶକ୍ତି, ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ସେମିନାରର ଉଦ୍ଘାଟନ କରିଥିଲେ । ଏହା ସହିତ ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତି, ଇପିକଲର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍ ଭୂପେନ୍ଦ୍ର ସିଂ ପୁନିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ଦେବ କହିଛନ୍ତି, ଓଡ଼ିଶା ବର୍ତମାନ ସମଗ୍ର ଦେଶର ନିବେଶକଙ୍କ ଗନ୍ତବ୍ୟ ସ୍ଥଳ ପାଲଟିଛି । ସେ ସମସ୍ତ ଶିଳ୍ପପତି, ଆସୋସିଏସନ୍ ଏବଂ ସେମାନଙ୍କ ସଦସ୍ୟମାନଙ୍କୁ, ବିଶେଷକରି ମେଟାଲ୍ ଡାଉନ୍ଷ୍ଟ୍ରିମ୍, କେମିକାଲ୍ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରର ନିବେଶକଙ୍କୁ ପରବର୍ତୀ ବିନିଯୋଗ ପାଇଁ ସ୍ୱାଗତ କରିବାକୁ ଯାଇ କହିଛନ୍ତି ଓଡ଼ିଶାର ଯୁବକମାନେ ଦେଶର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ମେକ୍ ଇନ୍ ଓଡିଶା ଭଳି ପ୍ଲାଟ୍ଫର୍ମ ଦ୍ୱାରା ଓଡିଶା ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ଯାହା ୨୦୩୬ ସୁଦ୍ଧା ଓଡିଶାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ପରିଣତ ହେବାରେ ସାହାଯ୍ୟ କରିବ । ଶ୍ରୀ ମହାନ୍ତି ଓଡ଼ିଶା ଶିଳ୍ପ ଇକୋସିଷ୍ଟମ୍ର ଏକ ସ୍ପଷ୍ଟ ଚିତ୍ର ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ, ଯାହା ସରକାରଙ୍କ ସକ୍ରିୟ ପଦକ୍ଷେପକୁ ଦର୍ଶାଇଛି ।
ଏହି ପରିପ୍ରେକ୍ଷୀରେ ଭାରତୀୟ ଶିଳ୍ପ କ୍ଷେତ୍ରରେ ନିଜର ଅବଦାନ ପାଇଁ ଏକ୍ସେଲ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ର ସିଏମ୍ଡି ଅଶ୍ୱିନ୍ ଶ୍ରୋଫ୍ଙ୍କୁ ସମ୍ମାନିତ କରାଯାଇଛି ।
ନାଲ୍କୋ, ଟାଟା ଷ୍ଟିଲ, କୋଲ ଇଣ୍ଡିଆ ଲିମିଟେଡ୍, ହିଣ୍ଡାଲକୋ, ଏସାର ମିନ୍ମେଟ୍ ଲିମିଟେଡ୍, ଜେଏସ୍ପିଏଲ୍, ସିଏସ୍ଆଇଆର୍-ଆଇଏମ୍ଏମ୍ଟି, ସେଲ୍, ବେଦାନ୍ତ ଆଲୁମିନିୟମ୍, ଇପିକଲ୍, ଇଫ୍କୋ ଏବଂ ଆଇଆରଇଏଲ୍ ଆଦି ଶିଳ୍ପର ବରିଷ୍ଠ ତଥା ଅଭିଜ୍ଞ କାର୍ଯ୍ୟନିର୍ବାହୀ ଏହି କାର୍ଯ୍ୟକ୍ରମର ଟେକ୍ନିକାଲ ସେସନ୍ରେ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.