ନବରଂଗପୁର/ଅଶୋକ ସାହୁ:ନବରଙ୍ଗପୁର ।ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ଦିଗରେ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ଜାତି ସମାଜର ମୁଖ୍ୟ ମାନଙ୍କୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ, ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନେ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଛନ୍ତି , ଏଥି ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୪୫୦ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୮୮୧ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ସୂଚନା ଥିଲେ। ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଶେଷରେ ଜିଲ୍ଲା ସହାୟକ ମଙ୍ଗଳ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.