ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା

0

ଭୁବନେଶ୍ୱର : ବିଗତ କିଛିବର୍ଷ ପରି ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏହା ଅକ୍ଟୋବର ୯ ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ଅନେକ ସମ୍ମାନନୀୟ ଅତିଥି ବୃନ୍ଦ ଉପସ୍ଥିତ ରହିବା ସହ ଅନେକ ମନୋରଞ୍ଜକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି।
ପୂଜାର ପ୍ରଥମ ସନ୍ଧ୍ୟାର ଶୁଭାରମ୍ଭ ଏକ ଭବ୍ୟ ଭଜନ ସନ୍ଧ୍ୟା ଦ୍ଵାରା ହୋଇଥିବା ବେଳେ, ଭୁବନେଶ୍ୱର ସହରରେ କାର୍ଯ୍ୟରତ, ଜାଗୃତି ସଫେଇ କର୍ମଚାରୀ ଓ ବିଦ୍ୟୁତ ବିଭାଗର କର୍ମୀ ଙ୍କୁ ସମ୍ମାନିତ କରିବା ସହ, ଆମ ଦୈନନ୍ଦିନ ଜୀବନରେ ସେମାନଙ୍କର ଥିବା ମୁଖ୍ୟ ଅବଦାନ ସମ୍ବନ୍ଧରେ ଅବଗତ କରାଯାଇଥିଲା। ଏହାଛଡା ଭଜନ ସନ୍ଧ୍ୟାଟି ସମ୍ପୂର୍ଣ୍ଣ ଭାବେ କିଛି ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ ଙ୍କ ଦ୍ଵାରା ହୋଇଥିବାରୁ, ଏହା ଦର୍ଶକଙ୍କ ଦ୍ଵାରା ଖୁବ୍ ଆଦୃତ ହୋଇଥିବା ବେଳେ ସେମାନଙ୍କ ଆତ୍ମବିଶ୍ବାସ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ, ଶ୍ରୀମତୀ ସୁଲୋଚନା ଦାସ, ମେୟର ଭୁବନେଶ୍ୱର ଏବଂ ଶ୍ରୀ କିଶୋର କୁମାର ପାଣିଗ୍ରାହୀ, ଏସ୍ ପି, ଏସ ଟି ଏଫ୍, ଯୋଗ ଦେଇ ମା ଙ୍କ ଦର୍ଶନ କରିବା ସହ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Leave A Reply

Your email address will not be published.