ବରଗଡ :- ଛାତ୍ର ଜୀବନ ରୁ ବିଭିନ୍ନ ଆନ୍ଦୋଳନ ସହିତ ପ୍ରତକ୍ଷ ଭାବରେ ଜଡିତ ରହି ଲୋକଙ୍କ ଅତି ପ୍ରିୟ ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାଞ୍ଚ ଥର ବିଧାୟକ ହୋଇଥିବା ବାରିଷ୍ଟ ନେତା , ବିଜୁ ଜନତା ଦଳର ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଅକାଳ ବିୟୋଗ ନିଶ୍ଚିତ ଭାବରେ ଅଂଚଳ ପାଇଁ ଏକ ଅପୁରଣୀୟ କ୍ଷତି । ସତ କହିବାକୁ ଗଲେ ସ୍ବର୍ଗତ ବିଧାୟକ ଙ୍କର ମୃତ୍ୟୁ କୁ ଅଂଚଳ ବାସୀ ଏବେ ମଧ୍ୟ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ଏବେ ମଧ୍ୟ ବହୁ ଗ୍ରାମାଞ୍ଚଳର ସ୍ବର୍ଗତ ବିଧାୟକ ଙ୍କୁ ନିଜର ପରିବାରର ସଦସ୍ୟ ଭାବୁଥିବା ବୟସ୍କ ମନେ ଗୁମୁରି ଗୁମୁରି କାନ୍ଦୁଥିବା ଦେଖିବାକୁ ମିଳୁଛି ।
ପ୍ରତେକ ଦିନ ଲୋକ ନିଜର ବିଧାୟକ ଙ୍କୁ ମନେ ପକାଇ ତାଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରୁଛନ୍ତି । ଆଜି ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ( କପିଳ ମୁନି ଆଶ୍ରମ ) ମୁଖ୍ୟ କାର୍ଯ୍ୟାଳୟ କପିଲମୁନି ଆଶ୍ରମ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା କେନ୍ଦ୍ରୀୟ ଆବାହକ ରବି ନାରାୟଣ ସାହୁ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ୮୦ ଦଶକର ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନରେ ବିଜୟ ସିଂ ବାରିହାଙ୍କ ବିଶିଷ୍ଟ ଭୂମିକା ଥିଲା । ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ପୂର୍ବତନ ମନ୍ତ୍ରୀ,ବର୍ତ୍ତମାନ ବିଧାୟକ,ସୁସଂଗଠକ ସ୍ପଷ୍ଟବାଦୀ ଏବଂ ଓଡ଼ିଶାର ଜଣେ ସୁଦକ୍ଷ ରାଜନୈତିକ ବ୍ୟକ୍ତି ଭାବରେ ଥିଲେ ।ତାଙ୍କର ବିୟୋଗରେ ଯୁବ ପରିଷଦ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ତାଙ୍କର ବ୍ୟକ୍ତିତ୍ଵ, କର୍ତ୍ତବ୍ୟନିଷ୍ଠା ଓ ଅଧୁରା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଶାନ୍ତ କୁମାର ମାଝୀ, ରାଜକୁମାର ସେଠ,ଧବଳେଶ୍ଵର ସାହୁ,ବିଜୟ କୁମାର ସ୍ବାଇଁ, ମାଲଖମ୍ ସିଂ,ଫକିର ପଟେଲ,ରାଧେଶ୍ୟାମ ଶାନ୍ତ,ଗିରିଶ ଡନସେନା, ଭୋଜରାଜ ପୁଟା,ଉଦୟ ଭାନୁ ପଟେଲ,ମୋହନ ଜଗତ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସେହିଭଳି ରାଜବୋଡାସମ୍ବର ବିଂଝାଲ ସମାଜ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇ , ତାଙ୍କର ଦିବଂଗତ ଲାଟ ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା ।
Sign in
Sign in
Recover your password.
A password will be e-mailed to you.