ପେଣ୍ଡୋରାଖୋଳ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ

0

ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କାଲି ବିଳମ୍ବିତ ରାତିରେ ନାକଟିଦେଉଳ ବ୍ଲକ୍ ସରାପାଲି ପଞ୍ଚାୟତ ପେଣ୍ଡୋରାଖୋଳ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ଗ୍ରାମର ଦୁହ୍ଲବ କୁମାର ପ୍ରଧାନ,ବନ କିସାନ, ଅମର କିସାନ,ମକର କେତନ ମାଝୀ,ଗଣେଶ କିସାନ,ଅଶ୍ୱିନୀ କିସାନ,ଅନିରୁଧ ସାହୁ,ଚରଣ ସାହୁ,ସିକୁନ କିସାନ,ବିର କିସାନ ,ପ୍ରମୋଦ ପ୍ରଧାନଙ୍କ ଚାଷ ଜମିରେ ହାତୀପଲ ପଶି ଧାନ ଫସଲ ମାଡ଼ି ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଧାନ ଫସଲ ଏ ପର୍ଯ୍ୟନ୍ତ ପାଚି ନ ଥିବା ବେଳେ ଏବେ ଠୁ ହାତୀମାନଙ୍କର ଦୌରାତ୍ମ ଯୋଗୁଁ ଗ୍ରାମର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ବନ ବିଭାଗ ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.