ମହିଳା ମାନଙ୍କୁ ସ୍ୱାବଲମ୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ୟତମ – ବିଧାୟକ ଚନ୍ଦ୍ରସାରଥୀ ବେହେରା l

0

 ନିଶ୍ଚିନ୍ତକୋଇଲି ” କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟଳୟ ପରିସରରେ ହଜାର ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ମାଆ ଭଉଣୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟାକ୍ଷ ଅଶୋକ କୁମାର ଓଝା ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସ୍ୱାବଲମ୍ବଶୀଳ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ବ୍ୟଙ୍କିଙ୍କ ବ୍ୟବସ୍ଥା ସହଯୋଗରେ ଜିରୋ ଶତକଡା ସୁଧରେ ଋଣ ପ୍ରଦାନ ପାଇଁ ଯୋଜନା କରିଛନ୍ତି l ଯାହାଦ୍ୱାରା ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ ବଣିଜ କରି ଦୁଇ ପଇସା ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବଶୀଳ ହୋଇପାରିବେ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ l ଏହି ଋଣ ମେଳାରେ ମୋଟ 261 ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ମହିଳାଙ୍କୁ 6 କୋଟି 53 ଲକ୍ଷ 86 ହଜାର ଟଙ୍କା ଋଣ ବଣ୍ଟନ କରାଯାଇଛି l ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଏବିଡ଼ିଓ ସୁଶାନ୍ତ ରଣା, ମହିଳା ସମନ୍ୱିତ ଶିଶୁ ବିକାଶ ଆଧିକାରିଣୀ ଲୀଳାବତୀ ସେଠି, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ପ୍ରାକ୍ଟନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ, ଭୁପତିଭୁଷଣ ଷଣ୍ଡ ଙ୍କ ସମେତ ବହୁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ସରପଞ୍ଚ, ସମିତିସଭ୍ୟ ମାନେ ଯୋଗଦାନ କରିଥିଲେ l

Leave A Reply

Your email address will not be published.