ଜନ ଶୁଣାଣି ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଦ୍ରାକୁ ନେଇ ଚର୍ଚ୍ଚା।

0

 ସିମୁଳିଆ (ଅକ୍ଷୟ କୁମାର ଜେନା): ସରକାର ଲୋକ ମାନଙ୍କୁ ନ୍ୟାୟ ଏବଂ ବିଭିନ୍ନ ପ୍ରକାର ସମସ୍ୟା କୁ ବୁଝିବା କୁ ନେଇ ବିଭିନ୍ନ ପ୍ରକାର ପନ୍ଥା କୁ ଲାଗୁ କରିଚନ୍ତି। କିନ୍ତୁ ଉପରିସ୍ଥ ବାବୁ ମାନଙ୍କ ଖାମଖିଆଲିଆ ନୀତି ଯୋଗୁଁ ବଦନାମ କେବଳ ସରକାର ଙ୍କ ମୁଣ୍ଡରେ ଯାଉଛି। ଲୋକ ମାନଂକ ସମସ୍ୟା କେବଳ ପ୍ରହସନ ରେ ପରିଣତ ହେଉଛି। ମଙ୍ଗଳ ବାର ଦିନ ସିମୁଳିଆ ପଞ୍ଚାୟତ ସମିତି ରେ ବାଲେଶ୍ଵର ଜିଲ୍ଲାପାଳ ଙ୍କ ତରଫରୁ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପଞ୍ଚାୟତ ରୁ ବହୁ ଲୋକ ପ୍ରବଳ ବର୍ଷା ପାଗ ସତ୍ତ୍ୱେ ବି ଛୁଟି ଆସିଥିଲେ। କିନ୍ତୁ ବିଚିତ୍ର କଥା ଏତେ ହୋ ହାଲ୍ଲା ଭିତରେ ବି ଜିଲ୍ଲା ମୂଖ୍ୟ ଚିକିତ୍ସାଧୀକାରୀ ଦୁଲାଲ୍ ସେନ ଜଗ ଦେବ୍ ଅଭିଯୋଗ ଶୁଣିବା ବଦଳ ରେ ନିଘୋଡ଼ ନିଦ୍ରା ସମସ୍ତ ଙ୍କ ମନରେ ଆସୋନ୍ତୋଷ ପ୍ରକାଶ ଦେଖି ବାକୁ ମିଳିଥିଲା। ବାରମ୍ବାର ଖୋଦ୍ ଜିଲ୍ଲା ପାଳ ଏହି ମହାଶୟଙ୍କୁ କଥା ଛଳ ରେ ଉଠେଇ ବାକୁ ଚେଷ୍ଟା କରିବାର ଦେଖା ଯିବା ସହ ସରକାରୀ ବଡ ବାବୁ ମାନଙ୍କ ଏପରି ବେପରୁଆ ମୋନୋଭାବ ଲୋକ ମାନଙ୍କୁ କି ପ୍ରକାର ନ୍ୟାୟ ଦବ ଏହା ସବୁଠୁ ବଡ ବିଷୟ।

Leave A Reply

Your email address will not be published.