ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

0

ଭଦ୍ରକ : (ସତ୍ୟବ୍ରତ ନାୟକ )ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କଲେଜରେ ଘଟିଛି ଏହି ଅଘଟଣ ।ଖବର ଅନୁଯାୟୀ, ଭଦ୍ରକରେ ଆଇଟିଆଇ କଲେଜ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ରାଗିଂ ସହିନପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । କଲେଜରୁ ଘରକୁ ଫେରିବା ପରେ ସେ ବିଷ ପିଇ ଦେଇଥିଲେ। ଘରେ ଅଚେତ ହୋଇ ପଡିବା ସହ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ବିଷ ପାଇଥିବା ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗରେ ପଢନ୍ତି । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ କଲେଜରେ ରାଗିଂ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.