ଓଡିଶା ଗସ୍ତରେ ୭ କେନ୍ଦ୍ରମନ୍ତ୍ରୀ

0
  • କେନ୍ଦ୍ରାପଡା, ଯାଜପୁର କଟକ ଓ ମୟୁରଭଞ୍ଜକୁ ଜଣେ ଜଣେ ମନ୍ତ୍ରୀ

  • ପ୍ରଭାବଶାଳୀ ଭୁବନେଶ୍ୱର ଏମପି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀରେ ତିନି ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶା ଗସ୍ତ କରୁଛନ୍ତି । ଏହି ଅବସରରେ କେନ୍ଦ୍ରାପଡା, ଯାଜପୁର କଟକ ଓ ମୟୁରଭଞ୍ଜକୁ ଜଣେ ଜଣେ ମନ୍ତ୍ରୀ ଗସ୍ତ କରୁଥିବା ବେଳେ ଭୁବନେଶ୍ୱର ଏମପି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀରେ ତିନି ମନ୍ତ୍ରୀ ଗସ୍ତ କରୁଥିବା ଜଣାପଡିଛି | କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀ ତାଲିକା, ବଂଚିତ ହିତାଧିକାରୀଙ୍କ ସଂପର୍କରେ ଅବଗତ ହେବା ସହିତ ଆଗାମୀ ଦିନରେ ଉକ୍ତ ଯୋଜାନକୁ ତୃଣମୁଳ ସ୍ତରରେ ପହଂଚାଇବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ।
ଏହି ଅବସରରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଶ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର, ଶ୍ରୀ ନିତ୍ୟାନନ୍ଦ ରାୟ କଟକ, ଶ୍ରୀ ଅଶ୍ୱନୀ ବୈଷ୍ଣବ ଭୁବନେଶ୍ୱର, ଶ୍ରୀ ବିଶେଶ୍ୱର ଟୁଡୁ ମୟୁରଭଂଜ ଏବଂ ଶନିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର, ଶ୍ରୀ ନିଶିଥ୍ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହିତ ଦଳୀୟ ସଂଗଠନ ସଂପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.