ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଐତିହାସିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର , ଉପ ସଭାପତି ଗୌରାଙ୍ଗ ଚରଣ ରାଉତ ମୁଖ୍ୟାଂଶ ଯୋଗଦେଇ ଏକ କାର୍ଯକାରୀ କମିଟି ଗଠନ କରିଥିଲେ। ଆଗାମୀ ଅକ୍ଟବର ମାସ ୨୨ଏବଂ ୨୩ [ଶନିବାର /ରବିବାର] ଦୁଇଦିନ ବ୍ୟାପୀ ଗଜପତିର ଜିଲ୍ଲାର ସଦର ମହକୁମା, ପାରଳାଖେମୁଣ୍ଡି ଠାରେ ଖୁବ୍ ଆଡମ୍ବର ସହକାରେ ଅନୁଷ୍ଠିତ ହେବ। ଏହି କର୍ମଶାଳା ତଥା ଆଲୋଚନାରେ ସାରସ୍ଵତ ସମାବେଶ , କବିତା ପାଠୋତ୍ସବ , ଆଲୋଚନା , ଲେଖକ ବିଧାନ ସଭା , ସାଂସ୍କୃତିକ ସମାରୋହ , ସଙ୍ଗୀତ ଆସର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି , ସାରସ୍ଵତ ସ୍ରଷ୍ଟା , ବୁଦ୍ଧିଜୀବୀ ଯୋଗ ଦେବାର ରହିଛି ।
ଶ୍ରୀ ମହାପାତ୍ର ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷ ଗଣ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସ୍ତୁତି ପର୍ବ ଅବସରରେ ଏକ କାର୍ଯକାରୀ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ସଭାପତି ଭାବେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପସଭାପତି ଡ.କଲ୍ୟାଣୀ ମିଶ୍ର , ଭାରତ ଭୂଷଣ ମହାନ୍ତି , ହରିମୋହନ ପଟ୍ଟନାୟକ , ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା , ସହ – ସମ୍ପାଦକ ଗଣେଶ କୁମାର ରାଜୁ , ଥିବାବେଳେ ଅଭ୍ୟାର୍ଥନା କମିଟିରେ ବିନୋଦ ଚନ୍ଦ୍ର ଜେନା , ଜଗଦୀଶ ଚନ୍ଦ୍ର ମହାପାତ୍ର , ତ୍ରିପତି ପ୍ରସାଦ ପଣ୍ଡା , ଅନାଦି ପାଣିଗ୍ରାହୀ , ମୂରଲୀଧର ପରିଛା, ମଲିକାର୍ଯୁନ ପଟ୍ଟନାୟକ , ବିଷ୍ଣୁ ଚରଣ ପଣ୍ଡା , ଲିଙ୍ଗରାଜ ଦାଶ , ଆଶାଲତା ପାଣିଗ୍ରାହୀ , ବି. କୋମଳାଙ୍ଗୀ , ସ୍ଵର୍ଣ୍ଣ ପ୍ରଭା ପାଠୀ , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ମନୋନୀତ ହୋଇଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.