ସଂଅରା ସରକାରି ବିଦ୍ୟାଳୟ ରେ ପୋଷାକ ବିତରଣ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷାଧିନ ସଂଅରା ସରକାରୀ ବିଦ୍ୟାଳୟ ରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୋଷାକ ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିକ୍ରମ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟା ସ୍ନିଗ୍ଧାରାଣୀ ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସର୍ବେଶ୍ୱର ଦାସ ପ୍ରମୁଖ ଯୋଗଦେଇ ପୋଷାକ ବିତରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ସାସମଲ, ରମେଶ ସ୍ୱାଇଁ, ଗୌରୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ l ଶିକ୍ଷକ ବାବୁଲି ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଟୁଟୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.