ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) ପ୍ରତିଯୋଗିତାର ୧୬ତମ ସଂସ୍କରଣ ଏବେ ଅନ୍‌ଲାଇନ୍‌ରେ

12

ପଠାଣିସାମନ୍ତ ପ୍ଲାନେଟାରିୟମ୍‌ ସହଭାଗିତାରେ ଆୟୋଜିତ

ଭୁବନେଶ୍ୱର : ମହାକାଶବିଜ୍ଞାନ କ୍ଷେତ୍ରରେ ଓଡ଼ିଶାରଛାତ୍ରଛାତ୍ରୀମାନଙ୍କ ପ୍ରତିଭାଚିହ୍ନଟ ଓ ପ୍ରସାରଲକ୍ଷ୍ୟରେ ଆୟୋଜିତକରାଯାଉଥିବାଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) ପ୍ରତିଯୋଗିତାର ୧୬ତମ ସଂସ୍କରଣଏବେ ଅନ୍‌ଲାଇନ୍‌ରେ ଆୟୋଜିତହେବ । ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ସହଭାଗିତାରେ ଆୟୋଜିତ ୟାଟସ୍‌ ଚଳିତବର୍ଷ ହାଇବ୍ରିଡ଼ ମୋଡ଼ରେ ଆୟୋଜନ କରାଯାଉଛି । ଏଥିରେଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ବିଦ୍ୟାଳୟରେ କିମ୍ବା ଭର୍ଚୁଆଲି ୟାଟସ୍‌ ୱେବ୍‌ସାଇଟ୍‌ ଜରିଆରେଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

ଓଡ଼ିଶାର ସମସ୍ତ ବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ସହିତ https://bit.ly/YATS2022 ରେକ୍ଲିକ୍‌କରି ପରୀକ୍ଷା ଦେଇପାରିବେ ।ଏହି ପରୀକ୍ଷା ଅନ୍ତର୍ଗତକ୍ଷୁଦ୍ର ପ୍ରଶ୍ନାବଳୀସହିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହେବ ।ସେପ୍ଟେମ୍ବର ୧୦ ଓ ୧୧ରେ ମକ୍‌ଟେଷ୍ଟହେବାକୁଥିବାବେଳେସେପ୍ଟେମ୍ବର ୧୭ ରୁ ୨୩ ତାରିଖମଧ୍ୟରେ ଫାଇନାଲ୍ ଅନ୍‌ଲାଇନ୍‌ଟେଷ୍ଟଆୟୋଜନ କରିବାକୁ ନିର୍ଦ୍ଧାରିତକରାଯାଇଛି ।

ମକ୍‌ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମେନ୍‌ଟେଷ୍ଟର ଫର୍ମାଟ୍‌ ବୁଝିବାରେ ସହାୟତା କରିବ । ମେନ୍ ଅନ୍‌ଲାଇନ୍‌ ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମହାକାଶ ବିଜ୍ଞାନ ଉପରେ ନିଜଜ୍ଞାନକୁ ପରଖିବା ସହିତ ୟାଟସ୍ ୨୦୨୨ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହେବାକୁ ସୁଯୋଗ ପ୍ରଦାନ କରିବ ।

ଚଳିତବର୍ଷ ଜୁଲାଇ ୧ ତାରିଖ ଦିନ ୟାଟସ୍‌ର ୧୬ତମ ସଂସ୍କରଣର ଶୁଭାରମ୍ଭ କରାଯାଇଥିଲା ।ବର୍ତମାନ ଓଡ଼ିଶାର ୩୦୦ଟି ବିଦ୍ୟାଳୟରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।ବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ପାରୁନଥିବା ବିଦ୍ୟାର୍ଥୀମାନେ କେବଳ ଏହି ଅନ୍‌ଲାଇନ୍‌ ଟେଷ୍ଟରେ ଭାଗ ନେଇପାରିବେ । ବିଦ୍ୟାଳୟ ଓ ଅନ୍‌ଲାଇନ୍‌ ଟେଷ୍ଟ ଆଧାରରେ ପ୍ରତ୍ୟେକଜିଲ୍ଲାରୁଶ୍ରେଷ୍ଠ ୨ ଜଣ ପ୍ରତିଯୋଗୀଙ୍କୁଡିସେମ୍ବର ୧୩ ତାରିଖରେଭୁବନେଶ୍ୱରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍‌ରେ ଆୟୋଜିତ ହେବାକୁ ଥିବାଗ୍ରାଣ୍ଡ ଫିନାଲେ ନିମନ୍ତେ ଆମନ୍ତ୍ରିତକରାଯିବ ।ଏହି ଅବସରରେ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପରେଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ନାମ ଘୋଷଣା କରାଯିବା ସହିତ ସେମାନଙ୍କୁ ସମ୍ମାନିତ କରାଯିବ ।
ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧିକରିବା ଦିଗରେ ୟାଟସ୍ ୧୫ ବର୍ଷ ପୁରଣକରିଛି ।ଓଡ଼ିଶାର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣିସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ସହିତ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.