ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ଧୂମଧାମରେ ପାଳିତ

0

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ସମଲେଇ ନୃତ୍ୟକଳା ପରିଷଦର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ ଭେଟ୍ ଘାଟ୍ -୨୦୨୨ ଧୁମଧାମରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସମଲେଇ ନୃତ୍ୟକଳା ପରିଷଦର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ସହକାରୀ ଜିଲ୍ଲାପାଳ ଶ୍ରୀ କିରଣ କୁମାର ମହାନ୍ତି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା , ସଂସ୍କୃତି ମାଧ୍ୟମରେ ଆମ ଜିଲ୍ଲା ଆଗକୁ ବଢ଼ିବାରେ ସାହାୟକ ହେବ ଏବଂ ଉପସ୍ଥିତ ଥିବା ନୃତ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ ।
ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁ ଖାଇ ଓ ଭାଇଚରା ପର୍ବ ଏହି ପର୍ବ ପଶ୍ଚିମ ଓଡିଶାର ସମେତ ସାରା ରାଜ୍ୟରେ ପାଳନ କରାଯାଉଛି। ଅତିଥି ମାନଙ୍କୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ ଆଦର୍ଶ ଦାସ କରିଥିବା ବେଳେ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାରେ ଭକ୍ତି ସଂଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନ ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ମନ୍ତବ୍ୟ ରଖିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ସଭା କାର୍ଯ୍ୟ ପରେ ରଙ୍ଗାରଙ୍ଗ ସାଂସ୍କୃତିକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମିରାକେଲ ଡେ଼ନ୍ସ ସ୍କୁଲ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ , ପ୍ରାଉଡ଼ ଓ ସମଲେଇ ନୃତ୍ୟକଳା ପରିଷଦର କଳାକାର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଥିଲେ।
ସମସ୍ତ ନୃତ୍ୟ ଦଳର କଳାକାରଙ୍କୁ ଅତିଥି ମାନେ ମାନପତ୍ର ଓ ପୁରଷ୍କାର ପ୍ରଦାନ କରିଥିଲେ।
ସାଂସ୍କୃତିକକୁ ମନୋଜ କୁମାର ପାଢ଼ୀ ଓ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ମାତଙ୍ଗୀନୀ ଗୁରୁ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ସୁଜିତ ପାଣିଗ୍ରାହୀ , ଜ୍ଞାନ ରଞ୍ଜନ ଦାଶ , ଏମ୍. ପୃଥ୍ୱୀରାଜ , କାମଦେବ ପାଢ଼ୀ , ମନୋଜ ପାଢ଼ୀ , ରାମଚନ୍ଦ୍ର ପାଢୀ , ସୁଶ୍ରୀ ଡି. ପ୍ରିୟଙ୍କା , ହର ତ୍ରିପାଠୀ , ରଘୁନାଥ ପଟ୍ଟନାୟକ , ଡି.ମୋହନ ରାଓ , ରାଜେନ୍ଦ୍ର ରଥ , ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.